ନୂଆଦିଲ୍ଲୀ,୧/୬: କୋଭିଡ୍ ୧୯ ର ସଂକ୍ରମଣ ହାର ରୋକିବା ପାଇଁ ଆଜି ମାର୍ଚ୍ଚ ୨୪ ତାରିଖରୁ ଦେଶରେ ଜାରି ହୋଇଥିବା ଲକଡାଉନର ଆଜି ୬୯ ତମ ଦିବସ | ଏହି ସମୟରେ ଦେଶରେ ଲକଡାଉନ୍ ୫ .୦ ଆରମ୍ଭ ହୋଇଛି | ଏହା ସହିତ ଆଜିଠାରୁ ଦେଶରେ ଅନଲକ୍ ୧ ମଧ୍ୟ ଆରମ୍ଭ ହୋଇଛି | ଚାରୋଟି ପର୍ଯ୍ୟାୟ ଲକଡାଉନ୍ ପରେ ଆଜିଠାରୁ ଦେଶରେ ଅନଲକ୍ ନିୟମ ଲାଗୁ ହୋଇଛି ।
ଏସବୁ ମଧ୍ୟରେ ଦେଶରେ ସଂକ୍ରମିତ କରୋନା ସଂଖ୍ୟା ଥମିବାର ନାଁ ନେଉନାହିଁ | ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧.୯୦ ଲକ୍ଷ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୫,୩୯୪ ରେ ପହଞ୍ଚିଛି। ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ ଏବଂ ଦିଲ୍ଲୀ ହେଉଛି କରୋନା ସଂକ୍ରମଣରେ ଅଧିକ ପ୍ରଭାବିତ ରାଜ୍ୟ।
ଦେଶରେ କରୋନାଙ୍କ ବିପର୍ଯ୍ୟୟ ଜାରି ରହିଛି। ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧,୯୦,୫୩୫ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ କରୋନା କାରଣରୁ ୫,୩୯୪ ଜଣଙ୍କର ମୃତ୍ୟୁ ହୋଇଛି। ଭଲ କଥା ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୯୧,୮୧୯ ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି।
ଆଜି ସକାଳେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ସର୍ବଶେଷ ସୂଚନା ଅନୁଯାୟୀ, ଦେଶରେ ସମୁଦାୟ ନିଶ୍ଚିତ ହୋଇଥିବା ମାମଲା ୧,୯୦,୫୩୫ , ଯେଉଁଥିରେ ୫,୩୯୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୯୨,୩୨୨ ସକ୍ରିୟ ମାମଲା ରହିଛି। ଏଥିସହିତ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୯୧,୮୧୯ କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୮,୩୯୨ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ରବିବାର ଦିନ ୮,୩୮୦ ଟି ନୂଆ କରୋନା ମାମଲା ହୋଇଥିବାବେଳେ ୧୯୩ ଜଣଙ୍କର ମୃତ୍ୟୁ ଘଟିଥିଲା ।
ସେହିଭଳି ସାରା ବିଶ୍ୱରେ କରୋନା ଭାଇରସ୍ ପଜିଟିଭ୍ ମାମଲା ୬୧ ଲକ୍ଷରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ ୩.୭୨ ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି ।