ଭୁବନେଶ୍ୱର, ୧ /୬: ଭାରତର ସର୍ବବୃହତ ସମନ୍ୱିତ ୟୁଟିଲିଟି ଟାଟା ପାୱାର ଓଡ଼ିଶାର ପାଞ୍ଚୋଟି ସର୍କଲ୍ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଢେଙ୍କାନାଳରେ ବିଦ୍ୟୁତର ଖୁଚୁରା ଯୋଗାଣ ଓ ବିତରଣ କରିବ । ଏଥିପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଠାରୁ ଲେଟର ଅଫ୍ ଇଟେଂଟ୍ (ଏଲଓଆଇ) ହାସଲ କରିବା ବେଳେ ସେସୁର ପରିଚାଳନାକୁ ଅଧିଗ୍ରହଣ କରିବା ବିଷୟରେ ଘୋଷଣା କରିଛି ଟାଟା ପାଓ୍ୱାର । ୨୦୨୦ ମେ ୨୮ରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ ଟାଟା ପାୱାର ପରିଚାଳନା ନିୟନ୍ତ୍ରଣ ସହିତ ୫୧ ପ୍ରତିଶତ ଇକ୍ୱିଟି ପାଇବ ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଗ୍ରିଡ୍କୋ ପାଖରେ କଂପାନିର ବଳକା ୪୯ ପ୍ରତିଶତ ଇକ୍ୱିଟି ଅଂଶଧନ ରହିବ ।
ପାଞ୍ଚୋଟି କ୍ଷେତ୍ରରେ ବିତରଣ ବ୍ୟବସ୍ଥାରେ ଉନ୍ନତି ଓ ଆଧୁନିକୀକରଣ ପାଇଁ ଟାଟା ପାୱାର ପ୍ରତିବଦ୍ଧ । ଭରସାଯୋଗ୍ୟତାରେ ଉନ୍ନତି ଆଣିବା, ଏଟି ଆଣ୍ଡ୍ ସି କ୍ଷତିକୁ କମ୍ କରିବା ଏବଂ ଉତ୍କୃଷ୍ଟ ଗ୍ରାହକସେବା ପ୍ରଦାନ କରିବାକୁ କମ୍ପାନୀ ପ୍ରାଥମିକତା ଦେବ । ବୁଝାମଣା ଅନୁସାରେ ସେସୁର ସମସ୍ତ କମର୍ଚାରୀଙ୍କୁ କମ୍ପାନୀ ନିଜ ପାଖରେ ରଖିବ ଏବଂ ପୂର୍ବ ନୀତି ଅନୁସାରେ ସେମାନଙ୍କ ପରିଚାଳନା କରିବ । ସେସୁ ପରିଚାଳନାରେ ପରିବର୍ତନର ଅଂଶ ସ୍ୱରୂପ ଟାଟା ପାୱାର ପକ୍ଷରୁ ଶ୍ରେଷ୍ଠ ପ୍ରଥା ଏବଂ ପ୍ରଯୁକ୍ତି ସହିତ କର୍ମଚାରୀମାନଙ୍କ ଜ୍ଞାନ ଓ କୌଶଳରେ ଉନ୍ନତି ଆଣିବା ଲାଗି ସେମାନଙ୍କୁ ଉନ୍ନତ ସୁଯୋଗ ଓ ସୁବିଧା ପ୍ରଦାନ କରିବ ।
ଏହି ଅବସରରେ ଟାଟା ପାୱାରର ଏମ୍ଡି ଓ ସିଇଓ ଶ୍ରୀଯୁକ୍ତ ପ୍ରବୀରସିହ୍ନା କହିଛନ୍ତି ଯେ, ସେସୁ ସହିତ ଆମରସହବନ୍ଧନ ଟାଟା ପାୱାର ପାଇଁ ବହୁତ ବଡ଼ ବିଷୟ । ଆମକୁ ଏହି ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାର ଓ ଓଇଆରସି ପ୍ରତି ଆମେ କୃତଜ୍ଞ । ଅଭିନବ ପ୍ରଯୁକ୍ତି ସହିତ ଭରସାଯୋଗ୍ୟ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିବାକୁ ଆମେ ପ୍ରତିବଦ୍ଧ । ଦେଶର ସବୁଠୁ ପସନ୍ଦଯୋଗ୍ୟ ବିଦ୍ୟୁତ ବିତରଣ କମ୍ପାନୀ ହେବା ଲାଗି ଆମେ ନିରନ୍ତର ଉଦ୍ୟମ କରୁଛୁ । ଆମର ଦିଲ୍ଲୀ, ମୁମ୍ବାଇ ଓ ଆଜମେର ବିତରଣ ବ୍ୟବସାୟ ହେଉଛି ଏହି ସଫଳତାର ସ୍ୱୀକୃତି ଭଳି ।
ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁଓଡ଼ିଶାରେ ସ୍ମାର୍ଟ ଗ୍ରିଡ୍ ମୂତୟନ କରିସକାରାତ୍ମକ ପରିବର୍ତନ ଆଣିବା ଲାଗି ଉଦ୍ୟମ କରୁଛି । ସହଜ ଓ ପ୍ରଭାବଶାଳୀ ବିଦ୍ୟୁତବିତରଣ ପରିଚାଳନା ଜରିଆରେ ଗ୍ରାହକ ସେବାର ସବୁ ପ୍ରକାର କ୍ଷେତ୍ରରେ ଉନ୍ନତି ଆଣିବା ହେଉଛି ଆମର ଗ୍ରାହକ କୈନ୍ଦ୍ରୀକ ପ୍ରଥାର ଏକ ଅଂଶ ବୋଲି ଟାଟା ପାୱାରରସଭାପତି-ଟି ଆଣ୍ଡ୍ ଡି ଶ୍ରୀଯୁକ୍ତ ସଂଜୟ ବାଙ୍ଗା କହିଛନ୍ତି ।
ଟାଟା ପାୱାରର ୨୫ ବର୍ଷ ପାଇଁ ଲାଇସେନ୍ସ ହାସଲ କରିଛି । ଭୁବନେଶ୍ୱର (ବିଦ୍ୟୁତ ସର୍କଲ ୧ ଓ ୨), କଟକ, ପାରାଦୀପ ଓ ଢେଙ୍କାନାଳ ଭଳି ପାଞ୍ଚୋଟି ବିଦ୍ୟୁତ କ୍ଷେତ୍ର ୩୦,୦୦୦ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ । ଯାହା ଅଧୀନରେ ୧.୪ କୋଟି ଲୋକ ଏବଂ ୨.୫ ନିୟୁତ ଗ୍ରାହକ ସଂଖ୍ୟା ରହିଛି । ଟାଟା ପାୱାର ଏହାର ଗ୍ରାହକ ସଂଖ୍ୟାକୁ ୫ ନିୟୁତରେ ପହଁଚାଇବାକୁ ଲକ୍ଷ୍ୟ ରଖିଛି । ଯେଉଁ ମାନଙ୍କ ସଂଖ୍ୟା ଏବେ ମୁମ୍ବାଇ, ଦିଲ୍ଲୀ ଓ ଆଜମେର୍ରେ ୨.୫ ନିୟୁତରହିଛି । ସେସୁର ହାରାହାରି ଚାହିଦା ହେଉଛି ପ୍ରାୟ ୧୩୦୦ ମେଗାୱାଟ୍ସହିତ ବାର୍ଷିକ ଇନପୁଟ୍ ଶକ୍ତି ହେଉଛି ୮୪୦୦ ଏମ୍ୟୁ (୨୦୧୭-୧୮ ଆର୍ଥିକବର୍ଷ) ।