ଆଜି ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର, ୧୦/୦୩ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ସେଠାରେ ସେ ପରିବର୍ତ୍ତନ ଯାତ୍ରା ସମାବେଶ ଓ ଜନସଭାରେ ଯୋଗଦେବେ। ମେଦିନୀପୁର ଅନ୍ତର୍ଗତ ମୋୟନାଠାରେ ଏକ ଜନସଭାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସଭା ଶେଷ କରି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ।