ମହାରାଷ୍ଟ୍ର ଦେଶର କରୋନା କ୍ୟାପିଟାଲ ସାଜିଛି : ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର

ମୁମ୍ବଇ,,୧୦/୬: ମହାରାଷ୍ଟ୍ର ଦେଶର କରୋନା କ୍ୟାପିଟାଲରେ ପରିଣତ ହୋଇଛି। ଏଠାରେ କରୋନା ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଡେଇଁଛି। ବୁଧବାର ସୁଦ୍ଧା ରାଜ୍ୟରେ ୯୦ ହଜାର ୭୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଏବେସୁଦ୍ଧା ୩୨୮୯ ଜଣଙ୍କ ଜୀବନ ଗଲାଣି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୨ ହଜାର ୬୩୯ ଜଣ ସୁସ୍ଥ ହୋଇଥିବାବେଳେ ୪୪ ହଜାର ୮୫୯ ଜଣ ସକ୍ରିୟ ରହିଛନ୍ତି। ଏହି ରାଜ୍ୟ ପଛକୁ ରହିଛନ୍ତି ତାମିଲନାଡୁ, ଦିଲ୍ଲୀ ଏବଂ ଗୁଜରାଟ। ତାମିଲନାଡୁରେ ୩୪ ହଜାର ୯୧୪ ସଂକ୍ରମିତ ଚିହ୍ଟଟ ହୋଇଥିବାବେଳେ ଦିଲ୍ଲୀରେ ୨୯ ହଜାର ୯୪୩ ଏବଂ ଗୁଜରାଟରେ ୨୧ ହଜାର ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।