ଆଜିର ରାଶିଫଳ (ଶୁକ୍ରବାର)

ତା : ୧୨/୬/୨୦୨୦

ମେଷ – ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ବୃଷ – ପରୋପକାରୀ ହେବେ। ବନ୍ଧୁ ସହଯୋଗ ପାଇବେ। ସମ୍ମାନିତ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ପାରିବାରିକ କ୍ଷେତ୍ରରେ ଶାନ୍ତି ଅନୁଭବ କରିବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ଶତ୍ରୁ ବିଜୟୀ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ମିଥୁନ – ଧୈର୍ଯ୍ୟର ସହ ସମସ୍ୟାଗୁଡିକର ମୁକାବିଲା କରିବାରେ ସମର୍ଥ ହେବେ । ଅନିୟମିତ ଆହାର ଯୋଗୁ ସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ । ପରିବହନରେ ଉନ୍ନତି କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

କର୍କଟ – ପୂଜ୍ୟ-ପୂଜାରେ ମନୋନିବେଶ କରିପାରନ୍ତି। ସେବା ମନୋଭାବର ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ପରଚର୍ଚ୍ଚାରୁ ବିରତ ହେଲେ ଲୋକାଦୃତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ସିଂହ – ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ସାମାନ୍ୟ କୌଶଳ ପ୍ରୟୋଗ କରି କାମ କଲେ ଯାହା ଚାହିଁଛନ୍ତି ତାହା ନିଶ୍ଚିତ ପାଇ ପାରିବେ । ନିଜର ଫାଇଦା ହାସଲ ପାଇଁ ସମ୍ପର୍କୀୟ ଜଣେ ଫନ୍ଦିଫିକର କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

କନ୍ୟା – ଲୋକ ସଂପର୍କ ବୃଦ୍ଧି ପାଇବ। ସତ୍‌ସଙ୍ଗୀ ହେବେ। ସତ୍‌କର୍ମରେ ଆତ୍ମସନ୍ତୋଷ ଲାଭ କରିବେ। ଭାଗ୍ୟବାନ୍‌ ହେବେ। ଅସାଧୁ ଲୋକଙ୍କୁ ପରିତ୍ୟାଗ କରିବେ। ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ତୁଳା – ସୁପରିଣାମ ସଦୃଶ ଯେକୌଣସି ପ୍ରତିରୋଧକୁ ଏଡାଇ ଯାଇ କାମ ହାସଲରେ ସମର୍ଥ ହେବେ । ପରିବେଶ ଓ ପରିସ୍ଥିତି ଠିକ୍ ନ ଥିବା କାରଣରୁ ଭୋଗ ବିଳାସରେ ବାଧାବିଘ୍ନ ଘଟିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ବିଛା – ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ଅପୂର୍ବ ସଫଳତା ପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ବ୍ୟବସାୟ ଲାଭଜନକ ହେବ। ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି। ଜନ ସଂପର୍କ ବୃଦ୍ଧି ହେବ। ପ୍ରତିକ୍ଷେତ୍ରରେ ବିଜୟୀ ହେବେ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ଧନୁ – ପାରିବାରିକ କ୍ଷେତ୍ରରେ ଉନ୍ନତମାନର ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ । ବନ୍ଧୁଙ୍କ ସଦ୍‌-ଭାବ କିମ୍ବା ସହକର୍ମୀମାନଙ୍କ ସହ-ଯୋଗ ପାଇବେ ନାହିଁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ମକର – ଶ୍ରମ ସାର୍ଥକ ହେବ। ଅଧିକ ଦାୟିତ୍ବ ବହନ କରି ସୁପରିଚାଳନା କରିପାରନ୍ତି। ମନରେ ସରସତା ଆସିବ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଧନାଗମ ହେବ। ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

କୁମ୍ଭ – ଶନିଙ୍କ ପ୍ରଭାବରେ ଆପଣଙ୍କର କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ହେତୁ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବ । ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମୀନ – ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଦେବ-ବ୍ରାହ୍ମଣ ସେବା ଯତ୍ନରେ ଖର୍ଚ୍ଚ ପରିମାଣ ବୃଦ୍ଧି କରି ସନ୍ତୁଷ୍ଟ ହେବେ। ଜଣେ ଭାଷାବିତ୍‌ ଭାବେ, ପ୍ରତିଷ୍ଠା ଲାଭ କରିପାରନ୍ତି। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।