ନୂଆଦିଲ୍ଲୀ,୧୫/୬: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ) ଯବାନମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ସିଆରପିଏଫର ପୁଣି ୨୯ ଯବାନ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ସୋମବାର ଜଣାପଡ଼ିଛି। ଏହି ଯବାନମାନଙ୍କ ନିକଟରେ କିଛି ଲକ୍ଷଣ ଦେଖିବାକୁ ମିଳିବା ପରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଛି। ଏହି ୨୯ ଜଣଙ୍କୁ ମିଶାଇ ଏବେ ସୁଦ୍ଧା ସିଆରପିଏଫରେ ମୋଟ ୬୨୦ ଯବାନ ସଂକ୍ରମିତ ହେଲେଣି। ସେମାନଙ୍କ ମଧ୍ୟରୁ ୪୨୭ ଜଣ ସୁସ୍ଥ ସୁସ୍ଥ ହୋଇଥିବାବେଳେ ୧୮୯ ଜଣ ଚିକିତ୍ସାଧୀନ ରହିଛନ୍ତି।