ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିବାରର ସ୍ୱାମୀ ଶନିଦେବ ଅଟନ୍ତି । ଏପରି କୁହାଯାଏ ଯେ, ଏହି ବାରରେ ଶନିଙ୍କ ସହ ସମ୍ବନ୍ଧିତ କିଛି ଖାଦ୍ୟର ସେବନ କଲେ ଖୁବ ସକରାତ୍ମକ ପ୍ରଭାବ ମିଳିଥାଏ । ଶନିବାରରେ ଏହି ୫ଟି ଖାଦ୍ୟରୁ ଯେକୌଣସି ଗୋଟିଏ ଖାଦ୍ୟ ଖାଇଲେ ଶନିଙ୍କ ବିଶେଷ କୃପା ମିଳିଥାଏ । ଜାଣନ୍ତୁ …
ଖେଚେଡ଼ି – ଏହି ବାରରେ ହରଡ଼ ଡ଼ାଲି ଓ ଚାଉଳରେ ପ୍ରସ୍ତୁତ ଖେଚେଡ଼ି ଖାଆନ୍ତୁ।
କଳା ରାଶି – କଳା ରାଶିର ସେବନ କଲେ ମଧ୍ୟ ଖୁବ ଲାଭକାରୀ ହୋଇଥାଏ।
ଗୁଲାବ ଜାମୁ – ମାନ୍ୟତା ଅନୁଯାୟୀ, ଏହି ବାରରେ ଗୁଲାବ ଜାମୁ ସେବନ କରିବା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ – ଏହି ବାରରେ ସୋରିଷ ତେଲରେ ପ୍ରସ୍ତୁତ ଯେକୌଣସି ଖାଦ୍ୟ ଖାଇଲେ ଶନିଦେବ ଖୁବ ପ୍ରସନ୍ନ ହୋଇଥାଆନ୍ତି।
କଳା ଚଣା – କଳା ଚଣାରେ ପ୍ରସ୍ତୁତ ତରକାରୀ ଖାଇବା ମଧ୍ୟ ଶୁଭଙ୍କର।