ଗଙ୍ଗା ମାତାଙ୍କ ନବମ ଦିବସୀୟ ପୂଜାରେ ସାମିଲ ହେଲେ ମହାକାଳପଡ଼ା ବିଧାୟକ

ମହାକାଳପଡ଼ା,୨୩ /୧ : (ଅରକ୍ଷିତ ନାଥ) – ମହାକାଳପଡ଼ା ବ୍ଲକ ସୁନୀତି ପଂଚାୟତ ଅଧୀନ ପାଞ୍ଚଗୋଛିଆ ଠାରେ ଅଂଚଳ ବାସି ଦୀର୍ଘ ୨୪ବର୍ଷ ଧରି ଧୁମ ଧାମ ରେ ଗଙ୍ଗା ମାତା ଙ୍କ ପୂଜା କରିଆସୁଛନ୍ତି l ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ପାରମ୍ପରିକ ମତ୍ସ୍ୟ ଜୀବି ମାନଙ୍କର ଆଗାମୀଦିନରେ ସୁଫଳ ନେଇ ମକର ସଂକ୍ରାନ୍ତି ଠାରୁ ପୂଜା ଆରମ୍ଭ କରିଛନ୍ତି l ପୂଜା ଉପଲକ୍ଷେ ସୁଦୂର କଲିକତା ର ବ୍ୟବସାୟୀ ମାନେ ଗଙ୍ଗା ମେଳାରେ ପସରା ମେଲାଇ ଗ୍ରାହକ ମାନଙ୍କୁ ଆକର୍ଷଣ କରୁଛନ୍ତି l ପୂଜା ସହିତ ଦୋକାନ ବଜାର ଓ ଯାତ୍ରା ସ୍ବର୍ଣ୍ଣ ମହଲ ର ଯାତ୍ରା ପରିବେଷଣ ଚାଲିଛି l ପୂଜା ଦିବସରେ ଅଖା ପାଖ ର ନେତୃସ୍ଥାନୀୟ ବ୍ୟକ୍ତି ମାନେ ଯୋଗ ଦେଇ ପୂଜା କମିଟି ତରଫରୁ ଅନୁଷ୍ଠିତ ହେଉଥିବା ଭଲିବଲ ଟୁର୍ନାମେଣ୍ଟ ଓ କ୍ରିକେଟ ଟୁର୍ନାମେଣ୍ଟ କୁ ଉପଭୋଗ କରୁଛନ୍ତି l

ସେପଟେ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଗଙ୍ଗା ମେଳା କୁ ଆହୁରି ସରସ ସୁନ୍ଦର କରୁଛି l ପ୍ରତ୍ୟେକ ଦିନ ଆମନ୍ତ୍ରିତ ଅତିଥି ମାନେ ପୂଜା କମିଟି ନିକଟରେ ପହଂଚି ପୂଜା ର ଉତ୍ତରୋତ୍ତର କାମନା କରିବା ସହିତ ମା ଙ୍କ ଆଶିଷ ଭିକ୍ଷା କରୁଛନ୍ତି l ସେହିପରି ପୂଜା ର ନବମ ଦିବସରେ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ ହୋଇ ମା ଙ୍କ କୃପା ଲାଭ କରିବା ସହିତ ମତ୍ସ୍ୟ ଜୀବି ଭାଇ ଭଉଣୀ ଙ୍କ ନିମନ୍ତେ ଶୁଭ ମନାସିଛନ୍ତି l ବିଧାୟକ ଙ୍କସହିତ ବିଜେପି ର ପ୍ରଶାନ୍ତ ସେଠୀ, ସରୋଜ ସାହୁ, ପବିତ୍ର ଚୌଧୁରୀ, ଶରତ ମହାନ୍ତି ରାମଚନ୍ଦ୍ର ରାଉତ ଙ୍କ ସମେତ ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ପୂଜାରେ ସାମିଲ ହୋଇଥିଲେ l ସବୁଦିନ ଭଳି ଶୁକ୍ରବାର ସନ୍ଧ୍ୟାରେ ପୂଜା କମିଟିର ଉପସଭାପତି ମନୋଜ ପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ଉପସ୍ଥିତ ହୋଇ ମା ଙ୍କ ପୂଜାର ନବକଳେବର କାମନା କରିଥିଲେ l ପୂଜା କମିଟିର ସଭାପତି ହରିପଦ ଜାନା ଓ ସମ୍ପାଦକ ନାରାୟଣ ଜାନା ଏବଂ ଉପସଭାପତି ବିଧାୟକ ଙ୍କୁ ମଞ୍ଚକୁ ପାଛୋଟି ନେବା ବେଳେ କମିଟି ର ଅନ୍ୟ ସଦସ୍ୟ ମାନେ ହରିବୋଲ ଓ ହୁଳହୁଳି ପକାଇଥିଲେ l