ଦେଶରେ ଆଜି ୯୦ ହଜାର ୬୩୩ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୪୧ ଲକ୍ଷ ୧୩ ହଜାର ୮୧୨, ମୃତ୍ୟୁ ସଂଖ୍ୟା ୭୦,୬୨୬
ନୂଆଦିଲ୍ଲୀ, ୬/୯ : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଦେଶରେ ୯୦ ହଜାର ୬୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷ ୧୩ ହଜାର ୮୧୨ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୦୬୫ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୭୦ ହଜାର ୬୨୬କୁ ବୃଦ୍ଧି ପାଇଛି।
ଦେଶରେ ଏବେ ୮ ଲକ୍ଷ ୬୨ ହଜାର ୩୨୦ ସକ୍ରିୟ ରୋଗୀ ରହିଥିବାବେଳେ ୩୧ ଲକ୍ଷ ୮୦ ହଜାର ୮୬୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।