ନୂଆଦିଲ୍ଲୀ, ୩୧/୦୮ : ଆପଣ ଚେକ୍ ବାଉନ୍ସ ହେବା ବିଷୟରେ ଅନେକ ଥର ଶୁଣିଥିବେ କିମ୍ବା ନିଜେ ଶିକାର ହୋଇଥିବେ । ଏମିତି ଏକ ଘଟଣା ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ସହିତ ଜଡିତ ଚେକ୍ ବାଉନ୍ସ ମାମଲା ସାମ୍ନାକୁ ଆସିଛି । ଏଥିରେ ଚେନ୍ନାଇର ଜଣେ ମହିଳା ଶ୍ରଦ୍ଧାଳୁ ରାମ ମନ୍ଦିର କର୍ମଚାରୀଙ୍କ ସୁବିଧା ପାଇଁ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟକୁ ୪ କୋଟି ଟଙ୍କାର ଚେକ୍ ଦେଇଥିଲେ । ଟ୍ରଷ୍ଟ ତରଫରୁ ଚେକକୁ ବ୍ୟାଙ୍କରେ ଜମା କରାଯାଇଥିଲା । କିନ୍ତୁ ଯାଞ୍ଚ ସମୟରେ ଚେକ୍ ଦେଇଥିବା ମହିଳାଙ୍କ ଆକାଉଣ୍ଟରେ ମାତ୍ର ୩ ଟଙ୍କା ଥିବା ଜଣାପଡିଥିଲା । ପର୍ଯ୍ୟାପ୍ତ ରାଶି ନଥିବା କାରଣରୁ ୪ କୋଟି ଟଙ୍କାର ଚେକ୍ ବାଉନ୍ସ ହୋଇଥିଲା । ମହିଳା ଶ୍ରଦ୍ଧାଳୁ ଚାହୁଁଥିଲେ କି ସେ ଦେଇଥିବା ୪ କୋଟି ଟଙ୍କା ବିଶେଷ ଭାବେ ରାମ ମନ୍ଦିର କର୍ମଚାରୀଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯାଉ । ତେଣୁ ସେ ଟ୍ରଷ୍ଟକୁ ଲିଖିତ ଆଶ୍ବାସନା ମଧ୍ୟ ମାଗିଥିଲେ । କିନ୍ତୁ ଟ୍ରଷ୍ଟ ପକ୍ଷରୁ କିଛି ଲିଖିତ ଆଶ୍ବାସନା ମିଳିନଥିଲା । ତେଣୁ ମହିଳା ଜଣକ ମନ୍ଦିର ପାଇଁ ଅଲଗା ୧୦ ହଜାର ଟଙ୍କା ଦାନ ମଧ୍ୟ କରିଥିଲେ । ମହିଳା ଦେଇଥିବା ଚେକକୁ ଟ୍ରଷ୍ଟ ତରଫରୁ ଚେକକୁ ବ୍ୟାଙ୍କରେ ଜମା କରାଯାଇଥିଲା । କିନ୍ତୁ ଯାଞ୍ଚ ସମୟରେ ଚେକ୍ ଦେଇଥିବା ମହିଳାଙ୍କ ଆକାଉଣ୍ଟରେ ମାତ୍ର ୩ ଟଙ୍କା ଥିବା ଜଣାପଡିଥିଲା । ପର୍ଯ୍ୟାପ୍ତ ରାଶି ନଥିବା କାରଣରୁ ୪ କୋଟି ଟଙ୍କାର ଚେକ୍ ବାଉନ୍ସ ହୋଇଥିଲା ।
ଏହାପରେ ବ୍ୟାଙ୍କ ପକ୍ଷରୁ ମହିଳାଙ୍କୁ ନୋଟିସ ଜାରି କରାଯାଇଛି । ନୋଟିସରେ କୁହାଯାଇଛି କି, ଖାତାରେ ପର୍ଯ୍ୟାପ୍ତ ରାଶି ନଥିବା ସତ୍ତ୍ବେ ଏତେ ବଡ଼ ଆକାଉଣ୍ଟର ଚେକ୍ ଜାରି କରିବା ସମ୍ବନ୍ଧୀୟ ସ୍ପଷ୍ଟୀକରଣ ମଗାଯାଇଛି । ଚେକ୍ ବାଉନ୍ସ ମାମଲା ନିୟମ ଅନୁସାରେ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ନିୟମ ରହିଛି । ସେପଟେ ଟ୍ରଷ୍ଟ ଏବଂ ମହିଳା ଶ୍ରଦ୍ଧାଳୁଙ୍କ ସହିତ କଥାବାର୍ତ୍ତା କରାଯାଇ ମାମଲାର ସମାଧାନ ପାଇଁ ଚେଷ୍ଟା ଜାରି ରହିଛି । ଏହି ମାମଲାକୁ ନେଇ ଏଯାଏଁ ଟ୍ରଷ୍ଟ ପକ୍ଷରୁ କୌଣସି ଅଫିସିଆଲ ବୟାନ ଜାରି କରାଯାଇନାହିଁ । ରାମମନ୍ଦିରକୁ ପ୍ରତିମାସରେ ଅନେକ ଚେକ୍ ଏବଂ ଅନଲାଇନ ମାଧ୍ୟମରେ ଦାନ ମିଳୁଛି । ପ୍ରତି ମାସରେ ୧ କିମ୍ବା ୨ କୋଟି ଟଙ୍କାର ଦାନ ଚେକ୍ ମାଧ୍ୟମରେ ମିଳୁଛି ।