ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ମା ଲକ୍ଷ୍ମୀ ନିଜ ଭକ୍ତଙ୍କଠୁ ପ୍ରସନ୍ନ ହୋଇ ତାଙ୍କୁ ଧନ ଏବଂ ବୈଭବ ବରଦାନ ଦେଇଥାନ୍ତି। ଏପରି କୁହାଯାଇଥାଏ ଯେ ଯେଉଁ ବ୍ୟକ୍ତିଠୁ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇନଥାନ୍ତି ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ଏପରି ବିଶ୍ବାସ ରହିଛି ଯେ ସନ୍ଧ୍ୟା କିମ୍ବା ରାତିରେ ଏହି କାମକୁ କରିବା ଦ୍ବାରା ମାଆ ଲକ୍ଷ୍ମୀ କୋପ ହୋଇଥାନ୍ତି। ଏଥିପାଇଁ ଆମେ ଏହି କାମ ଗୁଡ଼ିକ କରିବା ଅନୁଚିତ୍। ଆସନ୍ତୁ ଜାଣିବା ଏହି କାମଗୁଡ଼ିକ କ’ଣ …
୧. ସନ୍ଧ୍ୟାରେ କିମ୍ବା ରାତିରେ କ୍ଷୀର କିମ୍ବା ଦହି କାହାକୁ ଦେବା ଅନୁଚିତ୍ । ସନ୍ଧ୍ୟାରେ ଆପଣ ଏହା ବାହାରୁ କିଣି ଘରକୁ ଆଣି ପାରିବେ କିନ୍ତୁ ଏଗୁଡ଼ିକ ଘରୁ ବାହାରକୁ କାହାକୁ ଦେବେ ନାହିଁ। ଏପରି କରିବା ଦ୍ବାରା ମା ଲକ୍ଷ୍ମୀ କୋପ ହୋଇଥାନ୍ତି।
୨. ସକାଳେ ଘରେ ପୂଜା କରିବା ପୂର୍ବରୁ ସଫା କରାଯାଏ ସେହିପରି ସନ୍ଧ୍ୟାରେ ଘରେ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଝାଡ଼ୁ ମାରନ୍ତୁ । ଖାସ୍ କରି ମୁଖ୍ୟ ଦ୍ବାରକୁ ପରିଷ୍କାର ରଖନ୍ତୁ ।
୩. ରାତିରେ ରୋଷେଇ ଘରେ ସଫା କରିବା ପରେ ଶୋଇବାକୁ ଯାଆନ୍ତୁ। ରାତିରେ ଘରେ ଅଇଁଠା ବାସନ ଜମା କରନ୍ତୁ ନାହିଁ। ରୋଷେଇ ଘର ସଫା ରଖନ୍ତୁ।
୪.ମା ଲକ୍ଷ୍ମୀଙ୍କ କୃପାରୁ ହିଁ ଆମକୁ ଅନ୍ନ ପ୍ରାପ୍ତି ହୋଇଥାଏ । ଏଥିପାଇଁ କେବେ ବି ଅନ୍ନକୁ ଅନାଦର କରନ୍ତୁ ନାହିଁ । ଏହା ସହିତ କେବେ ବି ଖାଦ୍ୟ ନଷ୍ଟ କରିବା ଅନୁଚିତ୍। ଏହା ଦ୍ବାରା ମାଆ ଲକ୍ଷ୍ମୀ କୋପ କରିଥାନ୍ତି । ଯାହା ଫଳରେ ଜୀବନରେ ଧନର ଅଭାବ ହୋଇଥାଏ ।
୫. ଯେଉଁ ଘରେ ମହିଳାଙ୍କ ଅପମାନ ହୋଇଥାଏ ସେଠାରେ ମାଆ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏଥିପାଇଁ ମହିଳାଙ୍କୁ ସବୁବେଳେ ସମ୍ମାନ କରିବା ଉଚିତ୍। ଏହା ବ଼୍ୟତୀତ ଘରେ ସନ୍ଧ୍ୟାରେ ମିଠା ପ୍ରସ୍ତୁତ କରି ମା ଲକ୍ଷ୍ମୀଙ୍କୁ ଭୋଗ ଦେବା ଉଚିତ୍।