ମାଲକାନାଗିରି,୨୨/୯: ମାଲକାନଗିରିରେ ନକ୍ସଲମାନେ ପୁଣି ହିଂସାକାଣ୍ଡ ଘଟାଇଛନ୍ତି। ୫ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଖବର ମିଳିଛି। ମୃତକ ହେଲେ ଗାଙ୍ଗାଲୁର ଥାନା ସାଓ୍ବାନାର ଗାଁର ବାସିନ୍ଦା। ସେହିପରି ବିଜାପୁର ଜିଲ୍ଲାର ହିଁ ଗାଂଗଲୁର ଥାନା ଅଂଚଳର କୁରଚେଲୀ ଗ୍ରାମର ଚାରି ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅପହରଣ କରିନେଇ ପ୍ରଜାକୋର୍ଟରେ ହାଜର କରାଇଥିଲେ। ପ୍ରଜାକୋର୍ଟରେ ସମସ୍ତେ ପୁଲିସର ଖବରଦାତା ଭାବେ କାମ କରୁଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ।ସମସ୍ତଙ୍କୁ ନକ୍ସଲ ହତ୍ୟା କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। କେବଳ ସେତିିକି ନୁହେଁ ଏହି ଛାତି ଥରା ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକେ କବାଟ କିଳି ଘରେ ରହିଥିବା ଜଣାପଡିଛି। ଯେଉଁମାନଙ୍କୁ ମାଓବାଦୀମାନେ ଅପହରଣ କରି ନେଇଛନ୍ତି, ସେମାନଙ୍କ ଅବସ୍ଥା କିପରି ଥିବ, ତାହା ଆକଳନ କରିବା କଷ୍ଟକର। ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ଛାତିରେ ଛନ୍କା ପଶିଛି।