ସେପ୍ଟେମ୍ବର ୨୯ ତାରିଖରୁ ଶନିଙ୍କ ସିଧା ଚଳନ, ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମିଳିବ ଲାଭ

ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଶନିଙ୍କ ସିଧା ଚଳନ ହେବ। ୧୪୨ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୯ରୁ ସକାଳ ୧୦ଟା ୪୫ ମିନିଟରେ ଶନି ବକ୍ରରୁ ସିଧା ଚଳନ କରିବେ। ଶନିଙ୍କ ସିଧା ଚଳନ ଯୋଗୁ ଯେଉଁ ରାଶି ଉପରେ ଶନିଙ୍କ ପ୍ରଭାବ ଥିଲା ତାହା ମଧ୍ୟ କିଛି ମାତ୍ରାରେ କମ୍ ହେବ। ୨୦୨୦ ମେ ୧୧ ତାରିଖରେ ଶନି ବକ୍ରରେ ଥିଲେ। ଏହା ପୂର୍ବରୁ ଜାନୁଆରୀ ୨୪ରେ ଶନି ଧନୁ ରାଶିରୁ ମକର ରାଶିକୁ ଗୋଚର କରିଥିଲେ। ତେବେ ଶନିଙ୍କ ସିଧା ଚଳନ ମଧ୍ୟ ଏକ ବଡ଼ ଘଟଣା । ଶନିଙ୍କ ସିଧା ଚଳନ ଯୋଗୁ ମିଥୁନ, କନ୍ୟା, କର୍କଟ, ଧନୁ ଓ ବୃଷ ରାଶି ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିବ। ଶନି ଅଢେଇ ବର୍ଷ ପରେ ଗୋଟେ ରାଶିରୁ ଅନ୍ୟ ଏକ ରାଶିକୁ ଯାଆନ୍ତି। ଏହା ଦ୍ବାରା ଶନିଙ୍କ ସାଢ଼େ ସାତି ଆରମ୍ଭ ହୁଏ ।

ଶନିଙ୍କ ରାଶି ପରିବର୍ତନ ଯୋଗୁ କୁମ୍ଭ ରାଶି ବ୍ୟକ୍ତିଙ୍କ ଉପରେ ଶନିଙ୍କ ସାଢ଼େ ସାତିର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ପୂର୍ବରୁ ଧନୁ ଓ ମକର ରାଶିରେ ଶନିଙ୍କ ସାଢ଼େ ସାତି ପ୍ରଭାବ ଥିଲା। ଅବଶ୍ୟ ଏହା ଏହି ବର୍ଷ ଶେଷରେ ସମାପ୍ତ ହେବ। ଶନିଙ୍କ ବକ୍ର ଗତି ଯୋଗୁ ଯେଉଁମାନେ ସାଢ଼େ ସାତି ଦେଇ ଗତି କରୁଥିଲେ ସେମାନଙ୍କୁ ମୁକ୍ତି ମିଳିବ। ତେବେ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କୁ ପାରିବାରିକ ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ।

ଧନୁ ରାଶି ବ୍ୟକ୍ତିବିଶେଷଙ୍କ ଉପରେ ଶନିଙ୍କ ସାଢ଼େ ସାତିର ପ୍ରଭାବ ଏବେ ଠାରୁ ଦେଖିବାକୁ ମିଳିବ। ଏହି ବର୍ଷ ଶେଷ ସୁଦ୍ଧା ଏହି ପ୍ରଭାବ କମ୍ ହୋଇଯିବ। ମକର ଓ କୁମ୍ଭ ଉପରେ ମଧ୍ୟ ଶନିଙ୍କ ସାଢ଼େ ସାତି ପ୍ରଭାବ ଆରମ୍ଭ ହେବ। ତେବେ କୁଣ୍ଡଳୀରୁ ହିଁ ବ୍ୟକ୍ତିଗତ ଭାବେ ଶନିଙ୍କ ଶୁଭ ଓ ଅଶୁଭ ଫଳ ବାବଦରେ ହିଁ ଜଣାପଡ଼ିଥାଏ ।