ଗୁରୁବାର ଦିନ କରନ୍ତୁ ସାଇ ବାବାଙ୍କ ପୂଜା, ପୂରଣ ହେବ ନିଶ୍ଚୟ ମନୋସ୍କାମନା

ଶିରିଡି ସାଇ ବାବାଙ୍କୁ ଯିଏ ଶ୍ରଦ୍ଧାର ସହ ପୂଜା କରିଥାଏ, ତାଙ୍କୁ ସ୍ମରଣ କରେ ବାବା ସେମାନଙ୍କ ଉପରେ ସର୍ବଦା ନିଜ କୃପା ଦୃଷ୍ଟି ରଖିଥାନ୍ତି ବୋଲି କୁହାଯାଏ । ମନୋସ୍କାମନା ପୁରଣ ପାଇଁ ଲୋକେ ଗୁରୁବାର ଦିନ ସାଇ ବାବାଙ୍କ ବ୍ରତ ପାଳନ କରନ୍ତି । ପ୍ରତ୍ୟେକ ଜାତି ବା ଧର୍ମର ବ୍ୟକ୍ତି ସାଇ ବାବାଙ୍କ ଆରାଧନା କରିଥାନ୍ତି । ସାଇ ବାବା ସମସ୍ତଙ୍କ ମନୋସ୍କାମନା ପୂରଣ କରନ୍ତି । ବାବାଙ୍କ ବିଶେଷ କୃପା ପାଇବା ପାଇଁ କେମିତି ପୂଜା କରିବେ ଜାଣନ୍ତୁ । ପୂଜା କରିବା ପରେ ବାବାଙ୍କ କଥା ନିଶ୍ଚୟ ପଢନ୍ତୁ ଓ ଆଳତି କରନ୍ତୁ ।

ସାଇ ବାବାଙ୍କର ଗୋଟିଏ ହିଁ ମୂଳମନ୍ତ୍ର ‘ସମସ୍ତଙ୍କର ମାଲିକ ଜଣେ’ ବା ‘ସବକା ମାଲିକ ଏକ ହୈ’ । ବାବାଙ୍କ ବ୍ରତ ବହୁତ ସହଜ ଓ ସରଳ । ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ବିଛଣା ତ୍ୟାଗ କରି ନିତ୍ୟକର୍ମ ଓ ସ୍ନାନ ଆଦି ସାରି ସର୍ବ ପ୍ରଥମେ ବାବାଙ୍କ ଧ୍ୟାନ କରିବା ଉଚିତ । ଧ୍ୟାନ କରି ବ୍ରତ ସଂକଳ୍ପ ନେବା ଉଚିତ । ଏହାପରେ ମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରି ଗଙ୍ଗାଜଳରେ ଶୁଦ୍ଧ କରି ହଳଦିଆ ବସ୍ତ୍ର ଧାରଣ କରାଇବା ଉଚିତ । ଏହା ପରେ ପୁଷ୍ପ, ରୋଲି ଓ ଚନ୍ଦନ ଅର୍ପଣ କରି ଦୀପ ନୈବେଦ୍ୟ ଅର୍ପଣ କରନ୍ତୁ । ଏହାପରେ ଶୁଦ୍ଧ ଘିଅର ଦୀପ ଜାଳି ବାବାଙ୍କ ଧ୍ୟାନ କରିବା ଉଚିତ । ବାବାଙ୍କ ପାଖରେ ବେସନ ଲଡୁ, ପେଡା କିମ୍ବା ଯେକୌଣସି ହଳଦିଆ ମିଠା ଭୋଗ କରିପାରିବେ । ଏହାପରେ ହାତରେ ଫୁଲ ଧରି ବାବାଙ୍କ କଥା ପଢିବା କିମ୍ବା ଶୁଣିବା ଉଚିତ । ଏହାପରେ ବାବାଙ୍କୁ ନିଜ ମନୋସ୍କାମନା ଜଣାଇ ଶେଷରେ ପ୍ରସାଦ ବିତରଣ କରିବା ଉଚିତ । ପ୍ରସାଦ ଗରିବଙ୍କୁ ବାଣ୍ଟିବା ଉଚିତ । ଏଥିରେ ବାବା ପ୍ରସନ୍ନ ହୋଇଥାନ୍ତି । ଗୁରୁବାର ଦିନ ଅଭାବୀ କିମ୍ବା ଆବଶ୍ୟକୀୟ ଲୋକଙ୍କୁ କିଛି ଦାନ କରିପାରିଲେ ବହୁତ ଭଲ । ଏହା କଲେ ବାବା ମନୋସ୍କାମନା ପୁରଣ କରିଥାନ୍ତି ।