ମହାରାଷ୍ଟ୍ର ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଏକନାଥ ଖଡସେ

ମୁମ୍ବାଇ,୨୧ /୧୦ : ମହାରାଷ୍ଟ୍ର ବିଜେପିରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଏକନାଥ ଖଡସେ ବିଜେପିରୁ ଇସ୍ତଫା ଦେଇଛନ୍ତି, ଶୁକ୍ରବାର ଦିନ ଏନସିପିରେ ଯୋଗଦେବେ। ଏକନାଥ ଖଡସେଙ୍କ ଇସ୍ତଫା ଖବରକୁ ମଧ୍ୟ ରାଜ୍ୟ ବିଜେପି ନିଶ୍ଚିତ କରିଛି। ଗତ କିଛି ଦିନ ହେବ ଏନସିପି ନେତା ଏବଂ ଏକନାଥ ଖଡସେଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା | ଏଭଳି ପରିସ୍ଥିତିରେ ସେ ଉଦ୍ଧବ ଠାକରେଙ୍କ ସରକାରରେ ଯେକୌଣସି ମନ୍ତ୍ରୀ ପଦ ମଧ୍ୟ ପାଇବାର ସମ୍ଭାବନା ରହିଛି ।

ତେବେ ଏନସିପିରେ ଏକନାଥଙ୍କ ସାମିଲ ହେବାକୁ ନେଇ ଏନସିପି ନେତା ଶରଦ ପାୱାର କହିଛନ୍ତି ଯେ ମହାରାଷ୍ଟ୍ରରେ ବିଜେପି ଗଠନରେ ଏକନାଥ ଖଡସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସେମାନେ ଦଳରେ ପକ୍ଷପାତ କରୁଛନ୍ତି, ଯାହା ଠିକ୍ ନୁହେଁ।

ସୂଚନା ଥାଉ କି ୨୦୧୫ ରେ ଦୁର୍ନୀତି ଅଭିଯୋଗ ପରେ ଏକନାଥ ଖଡସେ ଦେବେନ୍ଦ୍ର ଫଡନାଭିସ୍ ସରକାରଙ୍କରୁ ଇସ୍ତଫା ଦେଇଥିଲେ । ଏହା ପରେ ଏକନାଥ ଖଡସେଙ୍କୁ ୨୦୧୯ ବିଧାନସଭା ନିର୍ବାଚନରେ ​​ଟିକେଟ ଦିଆଯାଇ ନଥିଲା । ଆଉ ଯାହାକୁ ନେଇ ସେ ବିଜେପି ଉପରେ ଅସନ୍ତୋଷ ଥିଲେ । ଆଉ ବିଜେପି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।