ଆଇପିଏଲ୍ ‌-୨୦୨୦ : କୋଲକାତାକୁ ୮ ୱିକେଟରେ ପରାସ୍ତ କଲା ବ‌ାଙ୍ଗାଲୋର

ଆବୁଧାବି,୨୧ /୧୦: ଆଇପିଏଲ୍‌ ୩୯ତମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବ‌ାଙ୍ଗାଲୋର । ଦ୍ବିତୀୟ ପାଳିରେ ବାଙ୍ଗାଲୋର ଲକ୍ଷ୍ୟକୁ ପିଛା କରି ୧୩.୩ ଓଭରରେ ୨ ୱିକେଟ ହରାଇ ୮୫ ରନ୍‌ କରି ବିଜୟ ହାସଲ କରିଛି । ବାଙ୍ଗାଲୋର ପକ୍ଷରୁ ଦେବଦତ୍ତ ପଡିକଲ୍ଲ ୧୭ ବଲରେ ୨୫ ରନ୍‌ ଓ ଆରୋନ ଫିଞ୍ଚ୍‌ ୨୧ ବଲରେ ୧୬ ରନ୍‌ କରିଥିଲେ । ସେହିପରି ବିରାଟ ‌କୋହଲି ୧୮ ରନ୍‌ ଓ ଗୁରୁକିରାତ୍ ସିଂ ମନ୍‌ ୨୬ ବଲରେ ୨୧ ରନ୍‌ କରି ବାଙ୍ଗାଲୋରକୁ ବିଜୟ ଦେଇଥିଲେ । ଅନ୍ୟପଟେ କୋଲକାତା ପକ୍ଷରୁ ଲକି ଫର୍ଗୁସନ୍ ଗୋଟେ ୱିକେଟ ନେଇଥିବାବେଳେ ଅନ୍ୟ ୩ଜଣ ବୋଲର କୌଣସି ବି ୱିକେଟ ନେବାରେ ସକ୍ଷମ ହୋଇନଥିଲେ । ଫଳରେ ବାଙ୍ଗାଲୋର ଏହି ମ୍ୟାଚକୁ ଅତି ସହଜରେ ଜିତି ନେଇଛି । ଏହି ବିଜୟ ସହ  ୧୪ ଅଙ୍କ ସଂଗ୍ରହ କରି ବାଙ୍ଗାଲୋର ଦଳ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ।

ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସର ବୋଲରମାନେ ଚମକପ୍ରଦ ବୋଲିଂ ପ୍ରଦର୍ଶନ କରିଥିବାରୁ କୋଲକାତା ୨୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୮୪ ରନ୍‌ କରିପାରିଥିଲା। ମହମ୍ମଦ ସିରାଜ ୩ଟି ଓ୍ଵିକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ୨ଟି ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ନଭଦୀପ ସଇନି ଓ ଓ୍ଵାସିଂଟନ ସୁନ୍ଦରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।