ନୂଆଦିଲ୍ଲୀ,୨୫/୧୦: ମେସେଜିଙ୍ଗ ପ୍ଲାଟଫର୍ମ WhatsApp ବ୍ୟବହାର କରିବା ପାଇଁ ୟୁଜରଙ୍କୁ ଦେବାକୁ ପଡ଼ପାରେ ଟଙ୍କା। କମ୍ପାନି ତରଫରୁ ଗୋଟିଏ ଅଫିସିଆଲ ବ୍ଲଗ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ହ୍ବାଟସଆପର କୋଟି କୋଟି ୟୁଜର ଅଛନ୍ତି ଓ ଏହା ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ ଫ୍ଲାଟଫର୍ମ। ତେବେ WhatsApp ସବୁ ୟୁଜରଙ୍କୁ ନୁହେଁ କେବଳ ଭତ୍ସପ୍ପ ‘ବିଜନେସ ୟୁଜର ଆପ’ ବ୍ୟବହାର କରୁଥିବା ୟୁଜରଙ୍କୁ ଚାର୍ଜ କରିବ।
ଯଦି ଆପଣ ହ୍ବାଟସଆପ ବିଜନେସ ୟୁଜର ତେବେ ଖୁବଶୀଘ୍ର କିଛି ସର୍ଭିସ ପାଇଁ ପେମେଣ୍ଟ ଦେବାକୁ ପଡ଼ିବ। ହ୍ବାଟସଆପ ବିଜନେସ ତରଫରୁ ‘ପେ-ଟୁ-ମେସେଜ’ ଅପସନ ଘୋଷଣା କରାଯାଇଛି। କମ୍ପାନି ତା’ ବ୍ଲଗ୍ ପୋଷ୍ଟରେ କହିଛି ବିଜନେସ ଗ୍ରାହକଙ୍କ ପାଇଁ କିଛି ସର୍ଭିସ ପାଇଁ ଟଙ୍କା ଚାର୍ଜ କରାଯିବ। ତେବେ ଏ ନେଇ କେତେ ଟଙ୍କା ନିଆଯିବ ତାହା ଠିକ କରାଯାଇ ନାହିଁ।
ହ୍ବାଟସଆପର କହିବା କଥା ବିଜନେସ ୟୁଜରଙ୍କ ଠାରୁ ଚାର୍ଜ କରିକି ଆପ ନିଜ ବ୍ୟବସାୟ ମଧ୍ୟ ପ୍ରସ୍ତୁତ କରିବ ଓ ୟୁଜରଙ୍କୁ ଫ୍ରି ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ ଟେକ୍ସଟ, ଭିଡିଓ ଓ ଭଏସ କଲିଂ ପ୍ରଦାନ କରିବ। ଆଗାମୀ ଦିନରେ ହ୍ବାଟ୍ସଆପରେ ବିଜ୍ଞାପନ ଦେଖିବାକୁ ମିଳିପାରେ ଓ ଏହାକୁ ନେଇ ଦୀର୍ଘ ସମୟ ହେବ କାମ ଜାରି ରହିଛି।