ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୨୪ ଲକ୍ଷ ୧୮ ହଜାର, ମୃତ୍ୟୁ ସଂଖ୍ୟା ୧୨ ଲକ୍ଷ ୮୮ ହଜାର

ନୂଆଦିଲ୍ଲୀ, ୧୨/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୫ କୋଟି ୨୪ ଲକ୍ଷ ୧୮ ହଜାର ୨୦୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୨ ଲକ୍ଷ ୮୮ ହଜାର ୭୮୭ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୬୬ ଲକ୍ଷ ୬୩ ହଜାର ୫୭୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୪୪ ଲକ୍ଷ ୬୫ ହଜାର ୮୩୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୪ ହଜାର ୭୩୯ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୫ ହଜାର ୮୧ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୪୭ ହଜାର ୨୯୦ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୬୬ ଲକ୍ଷ ୪୪ ହଜାର ୧୦୭ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୮ ଲକ୍ଷ ୧୩ ହଜାର ୬୮୪। ଏଥିରୁ ୧୮ ହଜାର ୬୫୯ ଜଣ ଗୁରୁତର ଅଛନ୍ତି ।