ପ୍ରସିଦ୍ଧ ଖଳନାୟକ ରଞ୍ଜିତଙ୍କ ପ୍ରେମରେ ପଡ଼ିଥିଲେ ଡିମ୍ପଲ୍ କପାଡ଼ିଆଙ୍କ ଭଉଣୀ ସିମ୍ପଲ୍ କପାଡ଼ିଆ : ରାଜେଶ ଖାନ୍ନାଙ୍କ ସହ ହୋଇଥିଲା ଖୁବ ଝଗଡା

ମୁମ୍ବାଇ, ୧୨/୧୧ : ବଲିଉଡର ପ୍ରସିଦ୍ଧ ଖଳନାୟକ ରଞ୍ଜିତଙ୍କ ଜନ୍ମ ୧୯୪୬ମସିହା ନଭେମ୍ବର ୧୨ତାରିଖରେ ଜନ୍ମ ହୋଇଥିଲେ। ରଞ୍ଜିତ ଏବର୍ଷ ନିଜ ୭୪ତମ ଜନ୍ମଦିନ ପାଳନ କରୁଛନ୍ତି। ରଞ୍ଜିତ ବଲିଉଡର ସବୁଠୁ ଚର୍ଚ୍ଚିତ ଏବଂ ପ୍ରସିଦ୍ଧ ଖଳନାୟକ ରହି ଆସିଛନ୍ତି। ସେ ଜଣେ ଏପରି ଅଭିନେତା ଥିଲେ ଯାହାକୁ ହିରୋଇନମାନେ ମଧ୍ୟ ଅସଲ ଜୀବନରେ ଡରୁଥିଲେ। କିନ୍ତୁ ଏପରି ଜଣେ ଅଭିନେତ୍ରୀ ଥିଲେ ଯିଏ ଏହି ପ୍ରସିଦ୍ଧ ଖଳନାୟକଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ତାଙ୍କ ପ୍ରେମ କାହାଣୀ ପୂରା ହୋଇପାରି ନଥିଲା।

ସେହି ଅଭିନେତ୍ରୀ ଥିଲେ ଡିମ୍ପଲ୍ କପାଡ଼ିଆଙ୍କ ଭଉଣୀ ସିମ୍ପଲ୍ କପାଡ଼ିଆ। ସିମ୍ପଲ୍ କପାଡ଼ିଆ ରଞ୍ଜିତଙ୍କ ସବୁ ଗୁଣରେ ଆକର୍ଷିତ ଥିଲେ। ତାଙ୍କ ହେୟାର ଷ୍ଟାଇଲ,ତାଙ୍କ ଅନ୍ଦାଜ,ତାଙ୍କ ଅଭିନୟ ସବୁଥିରେ ସିମ୍ପଲ୍ ଫିଦା ଥିଲେ। କିନ୍ତୁ ଏକଥା ସିମ୍ପଲ୍ କପାଡ଼ିଆଙ୍କ ଭିଣୋଇ ଅର୍ଥାତ୍ ରାଜେଶ ଖାନ୍ନାଙ୍କୁ ପସନ୍ଦ ନଥିଲା। ରାଜେଶ ଖାନ୍ନା,ସିମ୍ପଲ୍ କପାଡ଼ିଆଙ୍କ ଭଉଣୀ ଡିମ୍ପଲ୍ କପାଡ଼ିଆଙ୍କୁ ବିବାହ କରିଥିଲେ। ସେ ନିଜ ଶାଳୀ ସିମ୍ପଲ କପାଡ଼ିଆଙ୍କୁ ନେଇ ବହୁତ ପଜେସିଭ ଥିଲେ।

କୁହାଯାଏ ଯେ ରାଜେଶ ଖାନ୍ନା,ରଞ୍ଜିତଙ୍କୁ ପସନ୍ଦ କରୁନଥିଲେ। ସେଥିପାଇଁ ରାଜେଶଙ୍କୁ ଉଭୟଙ୍କ ସମ୍ପର୍କ ପସନ୍ଦ ନଥିଲା। କିନ୍ତୁ ଏସବୁ ସତ୍ବେ ସିମ୍ପଲ୍ ଏବଂ ରଞ୍ଜିତ ପରସ୍ପରକୁ ଭଲ ପାଇଥିଲେ। ଏହି କାରଣରୁ ରାଜେଶ ଖାନ୍ନା, ସିମ୍ପଲଙ୍କ ଉପରେ ରାଗି ଯାଇଥିଲେ ଏବଂ ତାଙ୍କୁ ବହୁତ ଗାଳି କରିଥିଲେ। ଫିଲ୍ମ ‘ଛୈଲା ବାବୁ’ର ସୁଟିଂ ସମୟରେ ସିମ୍ପଲ୍ କପାଡ଼ିଆଙ୍କ ଯୋଗୁଁ ରାଜେଶ ଖାନ୍ନା ଏବଂ ରଞ୍ଜିତଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଉଭୟଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହୋଇଥିଲା ଏବଂ କିଛି ଦିନ ପରେ ସିମ୍ପଲ୍ ଏବଂ ରଞ୍ଜିତ ପରସ୍ପରଠାରୁ ଦୂରେଇ ଯାଇଥିଲେ।