ନୂଆଦିଲ୍ଲୀ, ୧୪/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିୱାଲୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ, ପ୍ରଧାନମନ୍ତ୍ରୀ ହେବା ପରଠାରୁ ଅଦ୍ୟାବଧି ପ୍ରତିବର୍ଷ ଚୀନ କିମ୍ବା ପାକିସ୍ତାନ ସୀମାନ୍ତରେ ଯବାନଙ୍କ ସହିତ ଦୀପାବଳି ଉତ୍ସବ ପାଳନ କରିଆସୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଜଏସାଲେମର ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରୁଛନ୍ତି । ଆଜି ଲଙ୍ଗୱାଲା ପୋଷ୍ଟରେ ଯବାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ସହ ଶତ୍ରୁତା କରୁଥିବା ପାକିସ୍ତାନ ଓ ଚୀନକୁ କଡା ଚେତାବନୀ ଦେଇଛନ୍ତି । ଭାରତ ସହ ଶତ୍ରୁତା କରିବାର ପରିଣାମ ବହୁତ ଖରାପ ହେବ ।
ଜୟସାଲେମରର ଭାରତ-ପାକିସ୍ତାନ ସୀମାରେ ନିୟୋଜିତ ଯବାନଙ୍କ ଗହଣରେ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଆମ ଦେଶର ଯବାନଙ୍କ ମନବଳ ଅଧିକ । ଦେଶ ରକ୍ଷା କରିବାଠାରୁ ଯବାନଙ୍କୁ କୌଣସି ଶକ୍ତି ଅଟକାଇ ପାରିବ ନାହିଁ । ଆପଣମାନେ ଅଛନ୍ତି ବୋଲି ଦେଶ ସୁରକ୍ଷିତ ଭାବରେ ଏହି ଉତ୍ସବ ପାଳନ କରୁଛି । ଆଜି ପୁରା ବିଶ୍ୱ ବିସ୍ତାରବାଦ କରିବା ଉପରେ ଅସିବିଧାର ସମ୍ମୁଖୀନ ହେଉଛି । ଏହା ବିରୁଦ୍ଧରେ ମଧ୍ୟ ଭାରତ ଲଢେଇ କରୁଛି । ହିମାଳୟର ପାହାଡ, ବିସ୍ତାର ମରୁଭୂମି, ଘନ ଜଙ୍ଗଲ ମଧ୍ୟରେ ହେଉ କିମ୍ବା ଗଭୀର ସମୁଦ୍ର ମଧ୍ୟରେ ହେଉ ସବୁ ପରିସ୍ଥିତିରେ ଯବାନଙ୍କ ବୀରତ୍ଵ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ସିଡିଏସ୍ ବିପିନ ରାୱତ, ଆର୍ମି ଚିଫ୍ ଏମଏମ ନରୱାଣେ, ଏୟାର ଚିଫ ମାର୍ସଲ ଆରକେଏସ୍ ଭଦୌରିଆ ଏବଂ ବିଏସଏଫ୍ ଡିଜି ରାକେଶ ଅସ୍ଥାନା ଉପସ୍ଥିତ ଅଛନ୍ତି ।
ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଯବାନମାନଙ୍କୁ କହିଛନ୍ତି, ସୀମାରେ ରହିବା ସମୟରେ ତୁମେ ଯାହା ବଳିଦାନ କର ଏହା ଦେଶରେ ବିଶ୍ୱାସ ସୃଷ୍ଟି କରେ । ସବୁଠୁ ବଡ ଆହ୍ୱାନ ଏକାଠି ପୂରଣ ହୋଇପାରିବ ବୋଲି ବିଶ୍ୱାସ କରାଯାଏ । ୧୯୭୧ ଯୁଦ୍ଧ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଭାରତ ଘରେ ପ୍ରବେଶ କରି ଆତଙ୍କବାଦୀ ଏବଂ ସେମାନଙ୍କ ନେତାଙ୍କୁ ହତ୍ୟା କରିଛି । ବିଶ୍ୱ ବର୍ତ୍ତମାନ ବୁଝାମଣାରେ ରହିଛି କିନ୍ତୁ ଏହି ରାଷ୍ଟ୍ର କୌଣସି ମୂଲ୍ୟରେ ବୁଝାମଣାରେ ରହିବ ନାହିଁ । ଭାରତର ଏହି ଖ୍ୟାତି ଏବଂ ସ୍ଥିତି ତୁମର ଶକ୍ତି ଏବଂ ବୀରତ୍ୱ ହେତୁ ହୋଇଥାଏ ବୋଲି ମୋଦୀ ଯବାନଙ୍କୁ କହିଛନ୍ତି ।