ମୁମ୍ବାଇ : ଡାବର ଚ୍ୟବନପ୍ରାସ୍ ନିଜର ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ନିଯୁକ୍ତ କରିଛି । ଡାବର ଇଣ୍ଡିଆ ପକ୍ଷରୁ ବଲିଉଡର ଲୋକପ୍ରିୟ ତାରକା ତଥା ଫିଟ୍ନେସ ବ୍ୟକ୍ତିତ୍ୱ ଅକ୍ଷୟ କୁମାରଙ୍କୁ ଏହାର ପ୍ରମୁଖ ସ୍ୱାସ୍ଥ୍ୟ ସପ୍ଲିମେଣ୍ଟ ବ୍ରାଣ୍ଡ୍ ଡାବର ଚ୍ୟବନପ୍ରାସ ପାଇଁ ନୂତନ ବ୍ରାଣ୍ଡ ଆମ୍ବାସଡର ଭାବେ ଭାବେ ଘୋଷଣା କରାଯାଇଛି। ଅକ୍ଷୟ କୁମାରଙ୍କୁ ନେଇ ଏକ ନୂତନ ଅଭିଯାନ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଏହି ମହାମାରୀ ସମୟରେ ଭିତରର ଦୃଢତା ଏବଂ ଲଢେଇ କରିବାର ଭାବ ଜାଗ୍ରତ କରିବା ଲାଗି ଭାରତୀୟମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଛି। ଏସମ୍ପର୍କରେ ପ୍ରକାଶକରି ଡାବର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମୋହିତ ମାଲହୋତ୍ରା କହିଛନ୍ତି, ଅକ୍ଷୟ କୁମାର ହେଉଛନ୍ତି ସ୍ୱାସ୍ଥ୍ୟ, ଫିଟନେସ ଓ ଭିତର ଦୃଢତାର ପ୍ରତୀକ ଯାହା ଡାବର ଚ୍ୟବନପ୍ରାସର ଉପାଦାନ।