ନୂଆଦିଲ୍ଲୀ, ୩୧/୧୨ : ୟେମେନର ଅଦନ ବିମାନବନ୍ଦରରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ଜଣ ଗୁରୁତର ଆହତ ହୋଇଛନ୍ତି । ଦେଶରେ ପ୍ରଧାନମନ୍ତ୍ରୀ ମାଇନ ଅବଦୁଲ ମାଲିକ ସଇଦ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ସାଉଦି ଆରବରୁ ଆସି ଏହି ବିମାନବନ୍ଦରରେ ଅବତରଣ କରିବାର ମାତ୍ର କିଛି ସମୟ ବ୍ୟବଧାନରେ ଏହି ବିସ୍ଫୋରଣ ଘଟିଥିଲା। ସୁରକ୍ଷାକର୍ମୀ ପ୍ରଧାନମନ୍ତ୍ରୀ ଓ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇଯିବାରେ ସେମାନଙ୍କର କୌଣସି କ୍ଷତି ଘଟି ନାହିଁ।
ବିସ୍ଫୋରଣର ଖବର ପାଇବା ପରେ ସୈନ୍ୟ ଓ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ସିଲ୍ କରିଛନ୍ତି । ସ୍ଥାନେ ସ୍ଥାନେ ଚଢାଉ ଜାରି ରହିଛି । କିଏ ଓ କାହିଁକି ଏହି ବିସ୍ଫୋରଣ ଘଟାଇଛି । ତାହାକୁ ନେଇ ଛାନ୍ଭିନ୍ ଜାରି ରହିଛି । ସରକାର ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।