ନୂଆଦିଲ୍ଲୀ, ୧୧/୧ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ କୋଟି ୬ ଲକ୍ଷ ୮୮ ହଜାର ୭୩୩ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢେ ୭ଟା ପର୍ଯ୍ୟନ୍ତ ୧୯ ଲକ୍ଷ ୪୩ ହଜାର ୦୯୦ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୬ କୋଟି ୪୮ ଲକ୍ଷ ୧୧ ହଜାର ୩୮୦ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୩୯ ଲକ୍ଷ ୩୪ ହଜାର ୨୬୩ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୮ ହଜାର ୫୩୧ ହେଉଛନ୍ତି ଗୁରୁତର ରୋଗୀ ।