କରୋନା ଭାଇରସ : ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୯ କୋଟି ୨୭ ଲକ୍ଷ ୪୬ ହଜାର, ମୃତ୍ୟୁ ସଂଖ୍ୟା ୧୯ ଲକ୍ଷ ୮୫ ହଜାର

ନୂଆଦିଲ୍ଲୀ, ୧୪/୧ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ କୋଟି ୨୭ ଲକ୍ଷ ୪୬ ହଜାର ୨୩୮ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ୭ଟା ପର୍ଯ୍ୟନ୍ତ ୧୯ ଲକ୍ଷ ୮୫ ହଜାର ୩୯୨ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୬ କୋଟି ୬୨ ଲକ୍ଷ ୭୬ ହଜାର ୨୩୯ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୪୪ ଲକ୍ଷ ୮୪ ହଜାର ୬୦୭ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୦ ହଜାର ୬୭୩ ହେଉଛନ୍ତି ଗୁରୁତର ରୋଗୀ ।