କରୋନା ଭାଇରସ : ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୧୦ କୋଟି ଟପିଲା, ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ୯୨ ହଜାର

ନୂଆଦିଲ୍ଲୀ, ୫/୨ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୫୪ ଲକ୍ଷ ୦୧ ହଜାର ୧୭୦ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ୭ଟା ପର୍ଯ୍ୟନ୍ତ ୨୨ ଲକ୍ଷ ୯୨ ହଜାର ୭୨୯ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୭ କୋଟି ୭୦ ଲକ୍ଷ ୮୧ ହଜାର ୧୫୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୫୮ ଲକ୍ଷ ୮୨ ହଜାର ୬୭୮ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୫ ହଜାର ୮୩୩ ହେଉଛନ୍ତି ଗୁରୁତର ରୋଗୀ ।