ନୂଆଦିଲ୍ଲୀ, ୫/୨ : ସିକ୍କିମ ସ୍ଥିତ ଭାରତ ଓ ନେପାଳ ସୀମାରେ ଆଜି ଭୋର ୩ଟା ୪୩ ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ଏହି ମୃଦୁ ଭୂକମ୍ପ ଯୋଗୁଁ ଲୋକେ ଲୋକେ ଭୟଭୀତ ହୋଇଯାଇଛି । ଭୂକମ୍ପ ସକାଳ ହେବା ପୂର୍ବରୁ ଅନୁଭୂତ ହୋଇଥିବାରୁ ଅନେକ ଲୋକ ଏବିଷୟରେ ଜାଣିପାରି ନଥିଲେ । କିନ୍ତୁ ଜରୁରୀ କାମରେ ବାହାରେ ଥିବା ଲୋକେ ଭୂକମ୍ପ ସଂପର୍କରେ ଜାଣିବାକୁ ପାଇଛନ୍ତି ।
An earthquake of magnitude 4.0 on the Richter scale occurred near the Nepal-India border in Sikkim at 3:43 am today: National Centre for Seismology
— ANI (@ANI) February 5, 2021