ମେଷ: ନିଜ ଚିନ୍ତାଧାରାରେ କାର୍ୟ୍ୟ କରିପାରନ୍ତି। ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ମହତ ହେବ।
ବୃଷ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ବନ୍ଧୁ ବିରୋଧରେ ସମ୍ମୁଖୀନ ହୋଇପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବେ। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି।
ମିଥୁନ: ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।ଆୟ ଆଶାନୁରୂପ ହେବ। ଶୁଭ ଖବର ଶୁଣି ଆନନ୍ଦ ଅନୁଭବ କରିବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ।
କର୍କଟ: କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ତ୍ତବ୍ୟ ପରାୟଣ ହେବେ। ଶୁଭ ଖବର ପାଇ ଭାବ ବିହ୍ବଳ ହୋଇପାରନ୍ତି।
ସିଂହ: କାର୍ୟ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି। ଧାର୍ମିକ ପ୍ରବର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ପ୍ରବଚନରେ ଯୋଗ ଦେବେ।
କନ୍ୟା: ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ତେଜୀୟାନ୍ ହେବେ। ବାହୁରେ ପୀଡ଼ା ଉପୁଜିପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।ଅର୍ଥ ଟାଣଟୁଣ ରହିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।
ତୁଳା: କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଆନନ୍ଦ ଉପଭୋଗ କରିପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁଖ ସମ୍ଭୋଗ କରିପାରନ୍ତି। ସୁଖକର ଘଟଣାମାନ ଘଟିପାରେ।
ବିଛା: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦୃଢ଼ ମନୋବଳକୁ ପାଥେୟ କରି କାର୍ୟ୍ୟ କରିବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। କର୍ମସଂସ୍ଥାନ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି।
ଧନୁ: ସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କାର୍ୟ୍ୟ କରିବାକୁ ହେଲେ ପରାମର୍ଶ ଏକାନ୍ତ ବାଞ୍ଚନୀୟ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁ କାର୍ୟ୍ୟ ଉନ୍ନତମାନର ହେବ।
ମକର: କେତେକ କ୍ଷେତ୍ରରେ ସାମୟିକ ଭାବେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିପାରେ। କୃଷିରୁ ଲାଭ ମିଳିବ। ସାରାଦିନ କାର୍ୟ୍ୟ ବ୍ୟସ୍ତ ରହିବେ। ଶୁଭ କାର୍ୟ୍ୟ ପାଇଁ ଅପେକ୍ଷାରତ ହେବେ।
କୁମ୍ଭ: ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ସମୟ ଅନୁକୂଳ ଅଛି। ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଠାକୁରଙ୍କ ଦର୍ଶନ ଲାଭ କରିପାରନ୍ତି। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
ମୀନ: ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ହେବେ। କାର୍ୟ୍ୟରେ ସଫଳତା ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ। ସାମୟିକ ଭାବେ ମନରେ ଅଶାନ୍ତି ଉପୁଜି ପାରେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ।