କୋଲକାତା,୨/୫ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିଜୟ ହଉଥିବାବେଳେ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଦିଆଯ଼ାଉଛି । ତେବେ ପ୍ରଶାନ୍ତ କିଶୋର ଆଜି ନିର୍ବାଚନ ରଣକୌଶଳ ପରିଚାଳନା କ୍ଷେତ୍ରରୁ ଅବସର ନେବା ବିଷୟ ଘୋଷଣା କରିଛନ୍ତି ।
ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯ଼େ ଅବସର ନେବାକୁ ସେ ଗତ ବହୁଦିନ ଧରି ଚିନ୍ତା କରୁଥିଲେ, କିନ୍ତୁ ଏବେ ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟ ପରେ ଏହି ଅବସର ଆସିଛି । ଏଣୁ ସେ ଅବସର ନେଇ ଜୀବନରେ ଆଉ କିଛି କରିବାକୁ ଯ଼ୋଜନା କରୁଛନ୍ତି । ତାଙ୍କ ସହିତ ବହୁଦିନ ଧରି କାମ କରୁଥିବା ସହଯ଼ୋଗୀମାନଙ୍କୁ ଦାୟିତ୍ବ ହସ୍ତାନ୍ତର କରିବାକୁ ସେ ଚାହୁଁଛନ୍ତି ।