ଶନିଦେବଙ୍କର ଅତିପ୍ରିୟ ଏହି ଫୁଲ, ଅର୍ପଣ କରିବା ଦ୍ୱାରା ପଡିନଥାଏ ଖରାପ ପ୍ରଭାବ

ଶନିବାର ଦିନ ନ୍ୟାୟର ଦେବତା ଶନିଦେବଙ୍କୁ ସମର୍ପିତ । ଶନିଦେବ ପ୍ରତ୍ୟେକଙ୍କୁ ତାଙ୍କର ଭଲ ଏବଂ ଖରାପ କର୍ମର ଫଳ ପ୍ରଦାନ କରିଥାନ୍ତି । କୁହାଯାଏ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ଥରେ ନା ଥରେ ଶନି ଦଶାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଯେଉଁ ଲୋକଙ୍କ ଉପରେ ଶନିଦେବଙ୍କ କୋପ ଦୃଷ୍ଟି ପଡିଥାଏ ସେମାନେ ଶନିବାର ଦିନ କିଛି ବିଶେଷ ଉପାୟ କରି ତାଙ୍କୁ ସନ୍ତୁଷ୍ଟ କରିପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ…

ଅରଖ ଫୁଲ : ଶନିଦେବଙ୍କର ଅରଖ ଫୁଲ ଅତି ପ୍ରିୟ । ସେଥିଲାଗି ତାଙ୍କର କୃପା ପାଇବା ପାଇଁ ଶନିବାର ଦିନ ତାଙ୍କୁ ସୋରିଷ ତେଲ ସହିତ ଅରଖ ଫୁଲ ଚଢାନ୍ତୁ । ଏହାଦ୍ୱାରା ଶନିଦେବଙ୍କର ଶୀଘ୍ର କୃପା ଦୃଷ୍ଟି ମିଳିବ ।

ହନୁମାନ ଏବଂ ଶିବଙ୍କ ପୂଜା କରନ୍ତୁ : ଶନିଦେବଙ୍କୁ ହନୁମାନ ଅତ୍ୟନ୍ତ ପ୍ରିୟ । ତେଣୁ ଶନିବାର ଦିନ ଶନି ଦେବଙ୍କ ସହିତ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ଶିବଙ୍କୁ ପୂଜା କରିବାଦ୍ୱାରା ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ମିଳିଥାଏ। ଏହି ଦିନ ଶିବ ଚାଳିସା, ହନୁମାନ ଚାଳିସା ଆଦି ପାଠ କରନ୍ତୁ ।

ଲୁହା ଦାନ କରନ୍ତୁ : ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଲୁହା କିଣିବା ଠାରୁ ଦୂରେଇ ରହିବା ଉଚିତ୍। ଅନ୍ୟଥା, ଆପଣଙ୍କୁ ଶନିଦେବଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିପାରେ । ଏଥି ସହିତ, ଏହାକୁ ଦାନ କରିବା ଦ୍ୱାରା ଶନିଦେବ ପ୍ରଶନ୍ନ ହୋଇଥାନ୍ତି ।