ମହାକାଳପଡ଼ା,୯/୬ :କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ କର୍ତ୍ତୃପକ୍ଷଙ୍କ ଜ୍ଞାତ ସାରରେ ବେଆଇନ ଭାବେ ସରକାରୀ ଜମିରେ ନିର୍ମାଣ ଚାଲିଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ପିଏମୱାଇ) ଗୃହ କାର୍ଯ୍ୟ l ବ୍ଲକ କର୍ତ୍ତୃପକ୍ଷ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଗ୍ରାମ ରୋଜଗାର ସେବକ (ଜିଆରଏସ) ଓ ପଂଚାୟତ ର ପିଏମୱାଇ ନୋଡାଲ ଅଫିସର ଙ୍କ ତଦନ୍ତ କୁ ଭିତ୍ତି କରି କାର୍ଯ୍ୟାଦେଶ ମଂଜୁର କରୁଛନ୍ତି lପରବର୍ତ୍ତୀ ସମୟରେ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ ପାଇ ବି ତଦନ୍ତ ଦାୟିତ୍ୱ ନ୍ୟସ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାର ନଜିର ରହିଛି l ଯାହାନେଇ ଅଧିକାଂଶ ଭୁଲ ହିତାଧିକାରୀ ପିଏମୱାଇ ଗୃହ ହାତଉଥିବା ବେଳେ ଅନେକ ପ୍ରକୃତ ହିତାଧିକାରୀ କେନ୍ଦ୍ରୀୟ ପକ୍କା ବାସ ଗୃହ ଯୋଜନାରୁ ବଂଚିତ ରହୁଛନ୍ତି l ଏହିଭାବେ ମହାକାଳପଡ଼ା ପଡ଼ା ପଂଚାୟତ କର୍ତ୍ତୃପକ୍ଷ ସୁପାରିଶ କ୍ରମେ କେୟାରବାଙ୍କ ଗ୍ରାମର ଧୂଳ ସାହୁ ଙ୍କୁ ପିଏମୱାଇ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମଂଜୁର କରିଥିଲେ l ତଦନୁଯାୟୀ ହିତାଧିକାରୀଙ୍କ ର କେହି ଉତ୍ତରାଧିକାରୀ ନଥିବାରୁ ପୁତୁରା ର ପୁଅ ଜବର ଦଖଲରେ ଥିବା ସରକାରୀ ଜମି ଉପରେ ଗୃହ ନିର୍ମାଣ କରାଇଛନ୍ତି l ସମ୍ପୃକ୍ତ ଜବର ଦଖଲ ଜମି ଖଣ୍ଡକ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗୀୟ ହୋଇଥିବାବେଳେ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପର ଠାଉରିଆ ଭାବେ ସ୍ତିତିଵାନ ଘରଢ଼ୀଅ ଜମି କହି କିସ୍ତି ପଇସା ଯୋଗାଇ ଦେଇ ଚୁପ ବସିଛନ୍ତି l
ସେପଟେ ପଂଚାୟତ ର ଦାୟିତ୍ୱ ନ୍ୟସ୍ତ ସରପଞ୍ଚ ଙ୍କ ଘର ଠାରୁ କେଇମିଟର ଦୂରରେ ଏଭଳି ବେଆଇନ ଜମିରେ ପିଏମୱାଇ ଗୃହ ନିର୍ମାଣ ବିଷୟରେ ଜାଣି ସୁଦ୍ଧା ସ୍ତିତିଵାନ ଜମି କହି ଘଣ୍ଟ ଘୋଡାଉ ଛନ୍ତି l. ମୁଖ୍ୟତଃ ଅବିବାହିତ ତଥା ବାବାଜୀ ଭାବେ ଜଣା ଶୁଣା ଧୂଳ ସାହୁ ଙ୍କ ନାମେ କୌଣସି ସ୍ତିତିଵାନ ଜମି ନଥିବା କଥା ସ୍ଥାନୀୟ ଲୋକେ କୁହନ୍ତି l ଘର ଡ଼ିହ ଜମି ନଥିବା ହିତାଧିକାରୀଙ୍କୁ ପିଏମୱାଇ ଗୃହ ଦେବାର ନିୟମ କଡାକଡି ରହିଛି l କିନ୍ତୁ ସଦର ମହାକାଳପଡ଼ା ପଂଚାୟତରେ ଧୂଳ ସାହୁ କ୍ଷେତ୍ରରେ ବ୍ଲକ କର୍ତ୍ତୃପକ୍ଷ ଙ୍କ ବ୍ୟତିକ୍ରମ ନେଇ ସାଧାରଣ ରେ ଆଲୋଚନା ହେଉଛି l ମହାକାଳପଡ଼ା ତହସିଲ ଓ କେୟାର ବାଙ୍କ ରାଜସ୍ବ ସର୍କଲ କାର୍ଯ୍ୟାଳୟ ସୀମା ପାଖରେ ଜବର ଦଖଲ ସରକାରୀ ଜମି ରେ ସ୍ଥାୟୀ ପକ୍କା ଗୃହ ନିର୍ମାଣ କୁ ନେଇ ଅଭିଯୋଗ ଉଠୁଛି l ଉଲ୍ଲେଖ ଥାଉକି 3/4 ବର୍ଷ ତଳେ ସମ୍ପୃକ୍ତ ପ୍ଲଟ ଉପରେ ପକ୍କା ଗୃହ ନିର୍ମାଣ କୁ ତତକାଳୀନ ତହସିଲଦାର ବନ୍ଦ ରଖିଥିଲେ l ସର୍ବୋପରି ସ୍ଥାନୀୟ ପ୍ରଶାସନ ର ସରକାରୀ ଭୁସମ୍ପତ୍ତି ର ସୁରକ୍ଷା ଓ କେନ୍ଦ୍ରୀୟ ପକ୍କା ବାସ ଗୃହ ଯୋଜନାର ସଫଳ ରୂପାୟନ କୁ ଜନପ୍ରତିନିଧି ଓ କ୍ଷେତ୍ରୀୟ ଅଧିକାରୀ ମାନେ ବାଟବଣା କରୁଥିବା ନେଇ ବୁଦ୍ଧିଜୀବୀ ମାନେ କୁହନ୍ତି l