ହିଞିଳି: ରାଜ୍ୟ ସରକାର ଫାର୍ମାସିଷ୍ଟଙ୍କ ପ୍ରତି ଉଦାସୀନତା ମନୋଭାବ ପ୍ରଦର୍ଶନ କରୁଥିବାରୁ ଏହାର ପ୍ରତିବାଦରେ ଆଜିଠୁ ରାଜ୍ୟରେ ସମସ୍ତ ଫାର୍ମାସିଷ୍ଟ କଳାବ୍ୟାଚ ପରିଧାନ କରି କାର୍ୟ୍ୟ କରିଛନ୍ତି । ଏହାସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନ ନେଲେ ଆସନ୍ତା ୨୦ ତାରିଖଠୁ କେବଳ ଔଷଧ ବିତରଣ କାର୍ୟ୍ୟ ଛଡା ଅନ୍ୟ କୌଣସି କାମରେ ଫାର୍ମାସିଷ୍ଟ ମାନେ ସହଯୋଗ କରିବେନି ବୋଲି ଓଡିଶା ଫାର୍ମାସିଷ୍ଟ ସେବା ସଂଘ ସୂଚନା ମିଲିଛି ।
ସଂଘର ସାମୂହିକ ସଦସ୍ୟମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କାର୍ୟ୍ୟବନ୍ଦ ଭଳି ଆନ୍ଦୋଳନାତ୍ମକ କାର୍ୟ୍ୟକ୍ରମ ପ୍ରସ୍ତାବକୁ ବିଚାରକୁ ନିଆଯାଇଛି । ଓଡିଶା ଫାର୍ମାସିଷ୍ଟ ସେବା ରାଜ୍ୟ ସଂଘର ଡାକରା କ୍ରମେ ଗଞ୍ଜାମ ଜିଲ୍ଲାର ନିର୍ଦ୍ଦେଶକ୍ରମେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ କାର୍ୟ୍ୟରତ ଫାମାସିଷ୍ଟ ତଥା ସଂଘର ରାଜ୍ୟ ସଭାପତି ନବୀନ କୁମାର ମହାପାତ୍ର, ଗଞ୍ଜାମ ଜିଲ୍ଲା ଉପସଭାପତି ନୋକେଶ ପାତ୍ର ଓ ସୁଧାକର ପାଣିଗ୍ରାହୀ ପ୍ରମୁଖ ଆଜି ଠୁ କଳା ବ୍ୟାଚ ପରିଧାନ କରି କାର୍ୟ୍ୟ କରୁଛନ୍ତି ।