ଭୁବନେଶ୍ୱର, ୦୧/୦୯ : ରାଜଧାନୀ ଭୁବନେଶ୍ୱରରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶା ମୁକ୍ତ କରିବାକୁ କମିଶନରେଟ୍ ପୋଲିସ ପ୍ରୟାସ ଜାରି ରଖିଛି । ଏବେ ପୋଲିସ ଆଗରେ ଗୋଗୋ ପ୍ୟାକେଟ୍ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ଆଜି ଭୁବନେଶ୍ୱର କମିଶନରେଟ୍ ପୋଲିସ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଉଛି । ଲକ୍ଷ୍ମୀସାଗର ଓ କଳ୍ପନାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଥିବା ପାନ ଦୋକାନ ଯାଞ୍ଚ କରାଯାଉଛି । କିଛି ଦୋକାନର ଗୁଟୁଖା ସହ ଗୋଗୋ ପ୍ୟାକେଟ୍ ଜବତ କରାଯାଇଛି । ଗୋଗୋ ପ୍ୟାକେଟ୍ ଯେଉଁଥିରେ ଗଞ୍ଜେଇ ଭର୍ତ୍ତି କରି ସେବନ କରାଯାଇଥାଏ । ଚଢ଼ଉ ବେଳେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି ।