ଭଦ୍ରକ,୨/୭: ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ପୁଣି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ସ୍ୱସ୍ତି ଚିଲିକା ରିସର୍ଟ ଠାରେ ତାଙ୍କର ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ବିଧାୟକ ବ୍ୟୋମକେଶ ରାୟ ନିଜ ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ସେ ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି ।

ସୂଚନା ଅନୁସାରେ, ଉଭୟ ପରିବାରର ସଦସ୍ୟ ଓ କିଛି ରାଜନେତାଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ରାୟଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଧାୟକ ଶ୍ରୀ ରାୟଙ୍କ ପ୍ରଥମ ପତ୍ନୀ ନିଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃୟାରୀ ୩ତାରିଖରେ ମୃତ୍ୟୁ ଘଟିଥିଲା। ଶ୍ରୀ ରାୟ ଓ ନିଳିମାଙ୍କର ଏକମାତ୍ର କନ୍ୟା ଅଛି । ଯାହାର ବୟସ ଏବେ ୫ବର୍ଷ ବୋଲି ଜଣାପଡ଼ିଛି । ବ୍ୟୋମକେଶ ରାୟ ଭଦ୍ରକ ସାଂସଦଙ୍କ ପ୍ରତିନିଧି ଟୁଟୁ ବଳ ( ଅଶୋକ ବଳ )ଙ୍କ ଝିଅ ସାଇଦର୍ଶିନୀଙ୍କୁ ବିବାହ କରିଛନ୍ତି । ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଖେରଙ୍ଗ ଗାଁରେ ସାଇଦର୍ଶିନୀଙ୍କ ପୈତୃକ ଘର ।