ସମ୍ବଲପୁର ସହରର ଯୁବ ବ୍ୟବସାୟୀ ଅଶ୍ୱିନୀ କୁମାର ନାୟକ ମିá ଏଟିଏମ ଆରମ୍ଭ କରିଛନ୍ତି । ଏଟିଏମ କାର୍ଡ ଭଳି ମିá ଏଟିଏମ କାର୍ଡକୁ ସ୍ୱାଇପ୍ କଲେ ମେଶିନରୁ କ୍ଷୀର ବାହାରୁଛି । ଯାହା କି ଶୁଦ୍ଧ ଗାଈକ୍ଷୀର ବୋଲି ଦାବି କରାଯାଉଛି । ଏହି ମେଶିନ ଦ୍ୱାରା ଯୁବ ବ୍ୟବସାୟୀ ଜଣକ ଦିନକୁ ୭୫ ଲିଟର କ୍ଷୀର କାରବାର କରୁଛନ୍ତି । ସମ୍ବଲପୁର ସାକ୍ଷୀପଡାର ବ୍ୟବସାୟୀ ଅଶ୍ୱିନୀ ନାୟକ ଜଣେ ଆଇଟି ପ୍ରଫେସନାଲ । ଅଶ୍ୱିନୀ ତାଙ୍କ ସାଙ୍ଗଙ୍କ ସହଯୋଗରେ ଦିଲ୍ଲୀରେ ମିá ଏଟିଏମକୁ ନିର୍ମାଣ କରିଛନ୍ତି । ଆଉ ତାଙ୍କ ଫାର୍ମ ହାଉସରେ ଥିବା ୩୦ ଗାଈଙ୍କ କ୍ଷୀର ସଂଗ୍ରହ କରି ସମ୍ବଲପୁର ଆଣି ଏହି ମେସିନ ସାହାଯ୍ୟରେ ବିକ୍ରି କରିଥାନ୍ତି । ଏଟିଏମ ମେସିନ କ୍ଷୀରକୁ ୪ ଡିଗ୍ରୀରେ ଥଣ୍ଡା ରଖାଯାଇଥାଏ ଏବଂ ଏହି ଏଟିଏମରୁ କ୍ଷୀର ନେବା ପାଇଁ ଗ୍ରାହକଙ୍କୁ ସ୍ୱତନ୍ତ୍ର ମିá ଏଟିଏମ କାର୍ଡ ଦିଆଯାଇଛି । ମେଶିନର ସେନ୍ସର ସାମ୍ନାରେ ମିଲ୍କ ଏଟିଏମକୁ ରଖିଲେ ମେସିନ ଅନ୍ ହେବା ସହ ଗ୍ରାହକଙ୍କ ଡାଟା ସଂଗ୍ରହ କରିଥାଏ । ଏହାପରେ ଗ୍ରାହକ ଏଟିଏମ୍ ମେଶିନ ବଟମ ପ୍ରେସ୍ କଲେ ମେସିନରୁ କ୍ଷୀର ବାହାରି ଥାଏ । ମେଶିନରେ ୨୫୦ ଗ୍ରାମରୁ ୫ ଲିଟର ଯାଏଁ କ୍ଷୀର ସଂଗ୍ରହ କରିବା ପାଇଁ ବଟମ ଉପଲବ୍ଧ ରହିଛି । ମେଶିନକୁ ପ୍ରତ୍ୟେକ ଦିନ ଗରମ ପାଣିରେ ଧୂଆ ଯିବା ସହିତ ହାଇଜେନିକ୍ ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଥାଏ । ଏମିତିକି ଗ୍ରାହକଙ୍କ କାର୍ଡରେ କେତେ ଟଙ୍କା ବାଲାନ୍ସ ଅଛି ତାହା ବି ମେସିନ ଗ୍ରାହକଙ୍କୁ ସୂଚାଇ ଦେଉଛି ।