ଆଜି ଶ୍ରାବଣର ପ୍ରଥମ ସୋମବାର: କର୍କଟ ରାଶିରେ ବୁଦ୍ଧାଦିତ୍ୟ ଯୋଗ, କୁମ୍ଭ ରାଶିରେ ଗଜକେସରୀ ଯୋଗ

ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ। ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଏଥର ଶ୍ରାବଣ ମାସ ପ୍ରଥମ ସୋମବାର ଦିନ ଦୁଇଟି ଅତ୍ୟନ୍ତ ଶୁଭ ଓ ବିଶେଷ ଯୋଗ ରହିଛି।

ହିନ୍ଦୁ ପାଞ୍ଜି ଅନୁସାରେ ଶ୍ରାବଣ ପ୍ରଥମ ସୋମବାର ଆଜି ପଡୁଛି। ଶ୍ରାବଣ ମାସରେ ସୋମବାରର ବିଶେଷ ମହତ୍ତ୍ୱ ରହିଛି। ଶ୍ରାବଣ ସୋମବାରରେ ଭଗବାନ ଶିବଙ୍କ ପୂଜ ଓ ଉପାସନା କଲେ ସବୁ ପ୍ରକାର ମନୋସ୍କାମନା ପୂରଣ ହୋଇଥାଏ।

ଶ୍ରାବଣ ମାସ ୨୫ ତାରିଖରୁ ଆରମ୍ଭ ହୋଇଛି । ଏହି ଦିନ ବୁଧ ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। ଏହି ଦିନ ବୁଧ କର୍କଟ ରାଶିରେ ପ୍ରବେଶ କରିବେ। କର୍କଟ ରାଶିରେ ବର୍ତ୍ତମାନ ସୂର୍ଯ୍ୟ ବିରାଜମାନ ଅଛନ୍ତି। ବୁଧ ପ୍ରବେଶ କରିବା ଦ୍ୱାରା କର୍କଟ ରାଶିରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବ। ଜ୍ୟୋତିଷଶାସ୍ତ୍ରରେ ବୁଦ୍ଧାଦିତ୍ୟ ଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ବିବେଚନା କରାଯାଏ।

ପାଞ୍ଜି ଅନୁଯାୟୀ, ବର୍ତ୍ତମାନ ଗୁରୁ ଗ୍ରହ ବୃହସ୍ପତି କୁମ୍ଭ ରାଶିରେ ଗୋଚର କରୁଛନ୍ତି। ବୃହସ୍ପତି କୁମ୍ଭ ରାଶିରେ ବକ୍ରୀ ଅବସ୍ଥାରେ ଗୋଚର କରିଛନ୍ତି। ଜ୍ୟୋତିଷଶାସ୍ତ୍ରରେ ବୃହସ୍ପତି ଶୁଭ ଗ୍ରହ। ଶ୍ରାବଣ ମାସର ପ୍ରଥମ ସୋମବାର ଦିନ, ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ରହିଛି। ଏହି ଦିନ ଚନ୍ଦ୍ର କୁମ୍ଭ ରାଶିରେ ଗୋଚର କରିବେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେତେବେଳେ ଚନ୍ଦ୍ରମା ଓ ବୃହସ୍ପତିଙ୍କ ମିଶ୍ରଣ ହୁଏ ଗଜକେସରୀ ଯୋଗ ସୃଷ୍ଟି ହୋଇଥାଏ। ଗଜକେସରୀ ଯୋଗକୁ ଅତ୍ୟନ୍ତ ଉତ୍ତମ ଯୋଗ ବୋଲି କୁହାଯାଏ।