ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ରକ୍ଷକ ଭାବରେ ବିବେଚନା କରାଯାଏ। ଭାରତର ପ୍ରାୟ ପ୍ରତ୍ୟେକ ସ୍ଥାନରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଏବଂ ପ୍ରତିମା ଅଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭଗବାନ ବିଷ୍ଣୁଙ୍କ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମା ଭାରତରେ ନାହିଁ। ଏହା ଏକ ମୁସଲମାନ ଦେଶରେ ଅଛି । ସେହି ଦେଶ ହେଲା ଇଣ୍ଡୋନେସିଆ । ଇଣ୍ଡୋନେସିଆ ଏକ ମୁସଲିମ ଦେଶ ହୋଇଥିଲେ ମଧ୍ୟ ଏଠାରେ ହିନ୍ଦୁତ୍ୱ ଦେଖିବାକୁ ମିଳେ । ଏହି ଦେଶର ଏୟାରଲାଇନର ନାଁ ମଧ୍ୟ ଗରୁଣ ଏୟାରଲାଇନ୍ସ । ଏହି ପ୍ରତିମା ଏତେ ବଡ଼ ଏବଂ ଏତେ ଉଚ୍ଚତାର ବିଶିଷ୍ଟ ଯେ ଆପଣ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଏହା ବ୍ୟତୀତ ଅନ୍ୟ ଏକ ବିଶେଷ କଥା ହେଉଛି ଏହି ପ୍ରତିମା ତିଆରିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଭଗବାନ ବିଷ୍ଣୁଙ୍କର ଏହି ମୂର୍ତ୍ତି ପ୍ରାୟ ୧୨୨ ଫୁଟ ଉଚ୍ଚ ଏବଂ ପ୍ରସ୍ଥ ୬୪ ଫୁଟ । ଏହା ତମ୍ବା ଏବଂ ପିତ୍ତଳରେ ନିର୍ମିତ। ଏହାର ଓଜନ ୩ ହଜାର ଟନରୁ ଅଧିକ ଏହାକୁ ତିଆରି କରିବାକୁ ୨-୪ ବର୍ଷ ନୁହେଁ, ପ୍ରାୟ ୨୮ ବର୍ଷ ଲାଗିଥିଲା। ଏହା ୨୩ ମହଲା କୋଠାର ଉଚ୍ଚତା ସହ ସମାନ। ୨୦୧୮ ମସିହାରେ ଏହି ମୂର୍ତ୍ତି ନିର୍ମାଣ ସଂପୂର୍ଣ୍ଣ ହୋଇଥିଲା। ଏହାକୁ ଦେଖିବାକୁ ଲୋକେ ପୃଥିବୀର ବିଭିନ୍ନ ସ୍ଥାନରୁ ଆସୁଛନ୍ତି ।
ଏହି ପ୍ରତିମା ତିଆରି ଏକ କାହାଣୀ ଅଛି। କୁହାଯାଏ ଯେ ୧୯୭୯ ମସିହାରେ ଇଣ୍ଡୋନେସିଆରେ ରହୁଥିବା ଶିଳ୍ପୀ ବାପ୍ପା ନୁମାନ ନୁଆର୍ଟା ଏକ ବିଶାଳ ମୂର୍ତ୍ତି ତିଆରି କରିବାର ସ୍ୱପ୍ନ ଦେଖିଥିଲେ। ଏପରି ଏକ ପ୍ରତିମା, ଯାହା ଆଜି ପର୍ଯ୍ୟନ୍ତ ଦୁନିଆରେ ତିଆରି ହୋଇନାହିଁ।
କୁହାଯାଏ ଯେ ୧୯୮୦ ମସିହାରେ ଏକ କମ୍ପାନୀ ମଧ୍ୟ ଗଠନ କରାଯାଇଥିଲା, ଯାହାର ତତ୍ତ୍ୱାବଧାନରେ ମୂର୍ତ୍ତି ନିର୍ମାଣ ପାଇଁ ସମସ୍ତ କାର୍ଯ୍ୟ ହୋଇଥାନ୍ତା । କିନ୍ତୁ ମୂର୍ତ୍ତିର ଗଠନ ଏବଂ ଏଥିପାଇଁ ଖର୍ଚ୍ଚ ହେବାକୁଥିବା ଟଙ୍କା କେଉଁଠୁ ଆସିବ ସେ ବିଷୟରେ ଚିନ୍ତା କରିବାରେ ଅନେକ ବର୍ଷ ବିତିଗଲା । ଶେଷରେ ଦୀର୍ଘ ଯୋଜନା ପରେ ୧୯୯୪ ମସିହାରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଇଣ୍ଡୋନେସିଆର ଅନେକ ସରକାର ଏହାକୁ ତିଆରି କରିବାରେ ସାହାଯ୍ୟ କରିଥିଲେ । କିନ୍ତୁ ବଜେଟ୍ କମ ଯୋଗୁଁ ଅନେକଥର କାମ ବନ୍ଦ ମଧ୍ୟ ହୋଇଥିଲା । ୨୦୦୭ ରୁ ୨୦୧୩ ପର୍ଯ୍ୟନ୍ତ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। କିନ୍ତୁ ଏହା ପରେ ଯେତେବେଳେ କାର୍ଯ୍ୟ ପୁଣି ଆରମ୍ଭ ହେଲା ମୂର୍ତ୍ତି ନିର୍ମାଣ ପରେ ହିଁ ବନ୍ଦ ହୋଇଥିଲା।

ବାଲି ଦ୍ୱୀପର ଉଙ୍ଗାସାନରେ ଅବସ୍ଥିତ ଏହି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀ ବାପ୍ପା ନୁମାନ ନୁଆର୍ଟାଙ୍କୁ ଭାରତରେ ମଧ୍ୟ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଆଜି ଏହି ମନ୍ଦିରର ଖ୍ୟାତି ସାରା ବିଶ୍ୱରେ ବ୍ୟାପିଛି। ଏହି ମୂର୍ତ୍ତି ଷ୍ଟାଚ୍ୟୁ ଅଫ ଗରୁଣା ନାଁରେ ପ୍ରସିଦ୍ଧ। ପ୍ରଭୁ ବିଷ୍ଣୁଙ୍କ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଦେଖିବାକୁ ବହୁ ସଂଖ୍ୟକ ହିନ୍ଦୁ ଭକ୍ତ ଏଠାକୁ ଆସିଥାନ୍ତି।