କାଠଯୋଡିରେ ଛୁଟୁଛି ମୃତଦେହର ସୁଅ

କଟକ: କାଠଯୋଡ଼ି ନଦୀରେ ଭାସି ନିଖୋଜଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ବାରଙ୍ଗ ଥାନା ମୁଣ୍ଡମୁହାଣ ବାଲିଘାଟରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ମୃତଦେହ ଉଦ୍ଧାର ହୋଇଛି ।

ତେବେ ଗତକାଲି କାଠଯୋଡିରେ ୪ ଜଣ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ଖବର ପାଇ ବାରଙ୍ଗ ଅଗ୍ନିଶମ କର୍ମଚାରୀଙ୍କ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଭାସିଯାଇଥିବା ୪ ଜଣ ନିକଟରେ ଥିବା ଘରୋଇ ସଂସ୍ଥାରେ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ସୁରକ୍ଷିତ କୂଳରେ ଲାଗିଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ସେହିପରି କିଛିଦିନ ତଳେ କଟକରେ ଜଣେ ଖ୍ରୀଷ୍ଟ ମହାବିଦ୍ୟାଳୟ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଲାଗୁଛି ସତେ ଯେପରି କାଠଯୋଡିରେ ଏବେ ମୃତଦେହର ସୁଅ ଛୁଟିବାରେ ଲାଗିଛି ।