କେନ୍ଦ୍ରାପଡା,୩୧/୮: ମଙ୍ଗଳବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗରାପୂର୍ ଛକ ନିକଟରୁ ଏକ ବ୍ୟକ୍ତିଙ୍କ ପାଖରୁ ୧୫ ଗ୍ରାମର ବ୍ରାଉନ ସୁଗାର୍ ସହିତ OD 29 A 2259 ନମ୍ୱର୍ ବଜାଜ ପ୍ଲାଣ୍ଟିନା ମଟର ସାଇକେଲ ଜବତ ହୋଇଛି । ଜବତ ବ୍ରାଉନ ସୂଗାରର ମୂଲ୍ୟ ଆନୁମାନିକ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତରୁ ପ୍ରକାଶ । ଓଡ଼ିଶାରେ ଧଳା ଜହର ବିକ୍ରୀ କରୁଥିବା ଅନେକ ସୌଦାଗରଙ୍କୁ ପୋଲିସ ଓ ଅବକାରୀ ବିଭାଗ କାବୁ କରୁଥିବା ବେଳେ କେନ୍ଦ୍ରାପଡ଼ାରେ ଏଭଳୀ ସାଙ୍ଘାତିକ ନିଶା କାରବାର କିପରି ହେଉଛି ତାହା ଚିନ୍ତାର କାରଣ ପାଲଟିଛି l ଜହର ରାକେଟ କେଉଁଠାରୁ କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ଅନ୍ୟ ପକ୍ଷରେ କେନ୍ଦ୍ରାପଡ଼ାରୁ ଧଳା ଜହର ସହିତ ଧରା ପଡ଼ିଥିବା ବ୍ୟକ୍ତିଙ୍କ ନାମ ରାଜୀବ ପତି ବୋଲି ଓ ତାଙ୍କ ଘର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର୍ ବୋଲି ଜିଲ୍ଲା ଅବକାରୀ ନିରୀକ୍ଷକ କାଳନ୍ଦୀ ବେହେରା ସୁଚନା ଦେଇଛନ୍ତି l, ଧଳା ଜହର ବା ବ୍ରାଉନ ସୁଗାର ନେଇ ଯାଉଥିବା ରାଜୀବ ପତି କହିଛନ୍ତି ସେ ନିଜେ ବ୍ୟବହାର ପାଇଁ ନେଉଥିଲେl ଏହାର ପଣ୍ୟ ସ୍ଥଳୀ ବିଷୟରେ ସେ ଜାଣିନାହାନ୍ତି l ତେବେ ଏଠି କଥା ଉଠୁଛି ଦିନ ଦି ପ୍ରହରରେ ଏଭଳି ବିଷ ବିକ୍ରୀ କରୁଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ଓ ଅବକାରୀ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ନେଉଛି l ଏହା କେଉଁଠୁ ଏତେ ପରିମାଣ ରେ ଆସି କେନ୍ଦ୍ରାପଡ଼ାରେ ପହଂଚୁଛି ପୋଲିସ ଓ ଅବକାରୀ ବିଭାଗ ତାର ଟେର ନପାଇବା ବିଶେଷ ଆଲୋଚ୍ୟ ବିଷୟ ହୋଇଛି l ଆଉ ଜହର କାରବାରର ଅନୁସଂଧାନ କରିବାରେ କେବେ ଅବକାରୀ ବିଭାଗ ଓ ପୋଲିସ କେବେ ସଫଳ ହେଉଛି,ତାହା ଦେଖିବାକୁ ବାକି ରହିଲା ।