କେନ୍ଦ୍ରାପଡା,୧୦/୯: କେନ୍ଦ୍ରାପଡା ଜିଲ୍ଲା ସଦର କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କେନ୍ଦ୍ରାପଡା ବ୍ଲକରେ ଜିଲ୍ଲାର ସର୍ବ ପ୍ରଥମ ସୌର ଶକ୍ତି ପରିଚାଳିତ ଶୀତଳ ଭଣ୍ଡାର ନେଇ ବିଜେଡି ବିଧାୟକ ଶଶୀଭୁଷଣ ବେହେରା ପ୍ରୟାସ ଜାରି ରଖିଥିଲେ l ଶ୍ରୀ ବେହେରାଙ୍କ ଉଦ୍ୟମ ଫଳରେ ସମ୍ପୃକ୍ତ ବ୍ଲକ ଅଧିନସ୍ଥ ଚନ୍ଦନ ପୁର ପଂଚାୟତ ରେ ୨୩ ଲକ୍ଷ୍ ଟଙ୍କା ବ୍ୟୟରେ ୧୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାର କାର୍ଯ୍ୟ ପୂର୍ଣ୍ଣାଙ୍ଗ ପରେ ବୁଧବାର ଦିନ ଉଦଘାଟନ ପାଇଁ ସ୍ଥିର କରାଯାଇଥିଲା l ମାତ୍ର ଚକ୍ରାନ୍ତ କାରି ମାନେ ବିଧାୟକ ଓ ସମିତି ଅଧ୍ୟକ୍ଷ ଶିବପ୍ରାସାଦ ଭୋଳଙ୍କ ନାମ ବାଦ ଦେଇ ଫଳକ ପ୍ରସ୍ତୁତି କରାଇଥିଲେ l ଅତିଥି ମାନେ ପହଂଚିବା ପୂର୍ବରୁ ବିଧାୟକଙ୍କ ସମର୍ଥକ ମାନେ ଉଦଘାଟନୀ ଫଳକ ଦେଖି ବା ପରେ ଅଡ଼ିବସିଥିଲେ l ଏପରିକି ହୀନ ଚକ୍ରାନ୍ତ କାରୀଙ୍କୁ ଖୋଜି ବାହାର କରିବାକୁ ପ୍ରୟାସ କରିଥିଲେ l ପ୍ରକଳ୍ପ ଉଦ୍ୟମ କାରି ତଥା ବିଧାୟକ ଶ୍ରୀ ବେହେରାଙ୍କ ନାମ କେଉଁ ସାହସରେ,କିଏ, କାହିଁକି ଏପରି କରିଛି ବୋଲି ଜିଦ ଧରିଥିଲେ l

ଉଦଘାଟନି ସ୍ଥଳୀରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଫଳକ ପରିବର୍ତ୍ତନ କରିବାକୁ ଷଡଯନ୍ତ୍ର କାରୀମାନେ ବାଧ୍ୟ ହୋଇଥିଲେ l ଖୋଦିତ ଫଳକରେ ଜିଲ୍ଲାପାଳ ଅମୃତ ଋତୁରାଜ ଉଦଘାଟକ, ସହଯୋଗୀ ତଥା ସମ୍ମାନୀୟ ଅତିଥି ଭାବେ ଦିଲ୍ଲୀପ କୁମାର ପରିଡା ପ୍ରକଳ୍ପ ନିର୍ଦେଶକ, ବିଡ଼ିଓ ଅଶ୍ୱନୀ କୁମାର ଦାସ ଓ ସ୍ଥାନୀୟ ସରପଞ୍ଚ ସୋନାଲି ଦାସ ଙ୍କ ନାମ ଲିପିବଦ୍ଧ ହୋଇଥିଲା l. ବିଶେଷ ଦୁଃଖଦ ଘଟଣା ବିଧାୟକ ଙ୍କ ଉଦ୍ୟମରେ ଅବସ୍ଥାପିତ ଶୀତଳ ଭଣ୍ଡାର ଉଦଘାଟନି ଉତ୍ସବ ରେ ତାଙ୍କୁ ଭୁଲି ଯିବା ଭଳି ଘଟଣା ନେଇ ସମର୍ଥକ ମାନେ ତୁମୁଳ କାଣ୍ଡ ଭିଅଇଥିଲେ l ଏନେଇ ଚକ୍ରାନ୍ତ କାରି ମାନେ ବାଧ୍ୟ ହୋଇ ଫଳକ ପରିବର୍ତ୍ତନ ପାଇଁ ଖୋଦିତ ଫଳକ ହଟାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କଳାଫ୍ଲେକ୍ସ ଲଗାଇ କାମ ସାରିଥିଲେ l ନୂତନ ଫ୍ଲେକ୍ସ ରେ ଉଦଘାଟକ ବିଧାୟକ , ମୁଖ୍ୟ ଅତିଥି ଜିଲ୍ଲାପାଳ ଓ ସମ୍ମାନୀୟ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ, ପଂଚାୟତ ସମିତି ଅଧ୍ୟକ୍ଷ, ଓ ସରପଞ୍ଚ ଙ୍କ ନାମ ସ୍ଥାନିତ କରାଇ ଥିଲେ l ଏଭଳି ଘଟଣା ନେଇ ବିଧାୟକ ଉଦଘାଟନି ଉତ୍ସବରେ ଯୋଗ ଦେଇ ନଥିବା ବେଳେ ଜିଲ୍ଲାପାଳ ବିଳମ୍ବିତ ପ୍ରହରରେ ପହଂଚି ଉଦଘାଟନ କରିଥିଲେ l ଏହି ହୀନ ଚକ୍ରାନ୍ତ ଘଟଣାକୁ ନେଇ ବିଧାୟକ ଙ୍କ ସମର୍ଥକ ମାନେ କ୍ଷୁବ୍ଦ ହୋଇଥିବାରୁ କେନ୍ଦ୍ରାପଡାରେ ରାଜନୀତି ଉଠୁଛି ପଡୁଛି l ଏବେ ଦେଖିବାକୁ ବାକି ରହିଲା କେବେ ଷଡଯନ୍ତ୍ର କାରି ମାନେ ଧରlପଡୁଛି ଓ ଦଳ ସେମାନଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି l