ନୂଆଦିଲ୍ଲୀ,୩/୧୦: ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁଡ଼ିକୁ ପ୍ରକୃତ ଅର୍ଥରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଲାଗି ଆହ୍ୱାନ ଦେଇଛନ୍ତି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ଥିବା ସ୍ୱାସ୍ଥ୍ୟଗତ ସେବାର ବିଭେଦତା ଦୂର କରିବା ଲାଗି ସେ କହିଛନ୍ତି। ଶ୍ରୀ ନାଇଡୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶେଷକରି ଯୁବଗୋଷ୍ଠୀମାନଙ୍କୁ ସୁସ୍ଥ ଜୀବନ ଯାପନର ବାର୍ତ୍ତା ସାରା ଦେଶରେ ପହଞ୍ଚାଇବା ଲାଗି କହିଛନ୍ତି। ସେ କହିଛନ୍ତି ସ୍ୱାସ୍ଥ୍ୟସେବା କେବଳ ରୋଗ ସୃଷ୍ଟି ହେଲେ ହିଁ ଯୋଗାଇ ଦିଆଯିବ ତାହା ନୁହେଁ, ବରଂ ମାନସିକ ତଥା ଶାରିରୀକ ଭାବେ ସୁସ୍ଥ ରହି ପ୍ରତ୍ୟେକ ମଣିଷ ଯେଭଳି ତା’ର ପ୍ରକୃତ ଶକ୍ତିର ବିନିଯୋଗ କରିପାରିବ ତାହା ସ୍ୱାସ୍ଥ୍ୟସେବା ଅଟେ।
ଏକ ଘରୋଇ ଇଭି ଚ୍ୟାନେଲକୁ ଏକ ଭିଡ଼ିଓ ବାର୍ତ୍ତାରେ ଉପରାଷ୍ଟ୍ରପତି କହିଛନ୍ତି ସୁସ୍ଥ ଭାରତ ପ୍ରତି ଆମେ ପ୍ରକୃତ ମନୋଭାବ ପୋଷଣ କରିପାରିଲେ ତାହା ସମ୍ପନ୍ନ ଭାରତ ହୋଇପାରିବ। ଏହି ଅବସରରେ ସେ ଆୟୁଷ୍ମାନ ଭାରତ ବିଷୟ ଉତ୍ଥାପନ କରି କହିଛନ୍ତି ଏହା କୋଟି କୋଟି ଗରିବ ପରିବାରକୁ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛି।