କେନ୍ଦ୍ରାପଡ଼ା,୧୫/୧୦ : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଲୋକପଡାସ୍ଥ ରାଜବାଟିରେ ରାଜ ରାଜୁଡା କାଳରୁ ଦୁର୍ଗତି ନାଶିନୀ ମା ଦୁର୍ଗା ଙ୍କର ପୂଜା ଅନୁଷ୍ଠିତ ହୋଇଆସୁଛି l ଏହି ଭାବେ ଚଳିତ ବର୍ଷ କୋଭିଡ ପ୍ରୋଟୋକଲ ଭିତରେ ରାଜବାଟିରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି l ମଣ୍ଡପ ରେ ପୂଜା ପାଇବା ପରେ ଦଶମୀ ଦିନ ବିସର୍ଜନ ହୋଇଛନ୍ତି l ବିସର୍ଜନ ପୂର୍ବରୁ ରାଜା ବ୍ରଜ କିଶୋର ଦେବ ରୀତି ନୀତି ସହକାରେ କନକ ଆଞ୍ଜୁଳି ଦେବା ପରେ ମା ଇହ ଧାମରୁ ବିଦାୟ ନେଇଛନ୍ତି l ବାଜା ବଜାଇ ଶାନ୍ତି ବାତାବରଣ ମଧ୍ୟରେ ମା ଙ୍କ ମୂର୍ତ୍ତିକୁ ଜଳରେ ବିସର୍ଜନ କରଯାଇଥିବାର ଜଣାପଡିଛି l ରାଜବାଟୀର ଏହି ଦୁର୍ଗାପୂଜା ବିଶେଷ ଭାବେ ଅନ୍ୟାନ୍ୟ ପୂଜା ଠାରୁ ସପୂର୍ଣ ନିଆରା ଭଳି ଅନୁମେୟ ହେଉଛି l