ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର,୧୬/୧୦ : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓଏଫଡିସି ଅଧ୍ୟକ୍ଷ ନିଯୁକ୍ତି କଦିଅଯାଇଛି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ମାସେ ଛୁଟିରେ ଥିଲେ। ଆଜି ସେ କାର୍ଯ୍ୟରେ ଯୋଗଦାନ କରିବା ପରେ ଏହି ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଛି।

ସେହିପରି ପରାଗ ଗୁପ୍ତାଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଏସିଏସ ଦାୟିତ୍ବ ଦିଆଯାଇଛି । ଅନ୍ୟ ପକ୍ଷ​ରେ ବିଜୟ ଅରୋରାଙ୍କୁ ଜି.ଏ ଆଣ୍ଡ ପିଜି ବିଭାଗର ଓଏସଡି ଦାୟିତ୍ବ ଦିଆଯାଇଛି।