ତେଲେଙ୍ଗାନାର ବର୍ବାଦି କରିବାର ଉପାୟ ଚନ୍ଦ୍ର ଶେଖର ରାଓ କଂଗ୍ରେସ ଠାରୁ ଶିଖିଛନ୍ତି : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,୨୭/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ନିଜାମାବାଦରେ ପହଂଚିଛନ୍ତି । ମୋଦୀ ନିଜ ଭାଷଣରେ କଂଗ୍ରେସ ଏବଂ ଟିଆରଏସକୁ ଆକ୍ରମଣ କରିଛନ୍ତି ଏବଂ କହିଛନ୍ତି କି, ରାଜ୍ୟ ସରକାର ଲୋକଙ୍କ ବଳି ଦେଇ କାମ କରୁଛି । କେ ଚନ୍ଦ୍ର ଶେଖର ରାଓ କଂଗ୍ରେସର ମାର୍ଗକୁ ଅନୁସରଣ କରୁଛନ୍ତି ।

ମୋଦୀ କହିଛନ୍ତି କି, ଯେଉଁମାନେ ବିକାଶ ଉପରେ ବିଶ୍ୱାସ ରଖନ୍ତି, ନୂତନ ତେଲେଙ୍ଗାନା ନିର୍ମାଣ କରିବାକୁ ଚାହୁଁଛନ୍ତି ସେମାନେ ବିଜେପିକୁ ଭୋଟ ଦେଉଛନ୍ତି । କାରଣ ସେମାନେ ଚାହୁଁଛନ୍ତି ଦେଶକୁ ପ୍ରଗତି ପଥରେ ଆଗେଇ ନେବା । ତେଲେଙ୍ଗାନାର ନିର୍ମାଣ ସଙ୍ଘର୍ଷ ଏବଂ ଯୁବକଙ୍କ ବଳିଦାନରେ ହୋଇଛି । ରାଜ୍ୟ ସରକାରଙ୍କୁ ସେମାନଙ୍କ ବଳିଦାନ ଦେବାର ଅଧିକାର ନାହିଁ । କଂଗ୍ରେସ ଏବଂ ଟିଆରଏସ୍ ଉଭୟ ବଂଶବାଦୀ ରାଜନୀତିରେ ବିଶ୍ୱାସ କରୁଛନ୍ତି । ସେମାନେ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । ସେମାନେ ଭୋଟ ବ୍ୟାଙ୍କ ରାଜନୀତିରେ ବିଶ୍ୱାସ ରଖନ୍ତି । ତେଲେଙ୍ଗାନାକୁ କିପରି ନଷ୍ଟ କରାଯିବ ତାହା ଚନ୍ଦ୍ରଶେଖର କଂଗ୍ରେସ ଠାରୁ ଶିଖିଛନ୍ତି । ଯଦି ସେମାନେ ଶାସନରେ ରୁହନ୍ତି ତେବେ ରାଜ୍ୟର ୧୦୦ ଗୁଣା ବର୍ବାଦି କରିବ ।

SBI AD