ଗଞ୍ଜାଘାଟ ନିକଟରୁ ୪ ଅପରାଧୀଙ୍କୁ ଗିରଫ କଲା ରାଜକନିକା ପୋଲିସ

କେନ୍ଦ୍ରାପଡା,୨୦/୧୦: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଧିନସ୍ଥ ଗଂଜା ଘାଟ ନିକଟରେ ଚାରି ଅପରାଧୀ ଓ ଜଣେ ସହଯୋଗୀ ଅପରାଧ ଘଟାଇବା ନେଇ ଗୁପ୍ତ ଷଡଯନ୍ତ୍ର କରୁଥିଲେ l ଅପରାଧୀମାନଙ୍କ ଅପରାଧିକ ଘଟଣାର ସଂରଚନା ବିଷୟରେ ରାଜକନିକା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା l ଏନେଇ ପୋଲିସ ଚତୁରତା ସହକାରେ ଘଟଣା ସ୍ଥଳରେ ପହଂଚି ଚାରି ଜଣକୁ ଗିରଫ କରିଥିବା ବେଳେ ଜଣେ ଖସି ପଳାଇଯାଇଥିଲା l ଗିରଫ ଅଅରାଧୀଙ୍କ ଠାରୁ ପୋଲିସ ଗୋଟିଏ ଦେଶୀ ପିସ୍ତଲ ଓ ତିନୋଟି ଜୀବନ୍ତ ଗୁଳି ଜବତ କରିବା ସହିତ ଅପରାଧୀମାନଙ୍କ ଦ୍ୱାରl ବ୍ୟବହୃତ ଟାଟା ସଫାରୀ ଓ ଦୁଇଟି ବାଇକ ମଧ୍ୟ ଜବତ କରିଛି l ଜବତ ସଫାରୀ ଗାଡିଟି ସ୍ଥାନୀୟ ଥାନା ଅଞ୍ଚଳ ଆୟତନ ଗ୍ରାମର ବୋଲି ପୋଲିସ ଜାଣିବାକୁ ପାଇଛି l କେଉଁ ସ୍ଥାନରେ କି ପ୍ରକାର ଅପରାଧ ଘଟାଇବା ନେଇ ଅପରାଧୀ ମାନେ ଷଡଯନ୍ତ୍ର କରୁଥିଲେ ଏବିଷୟରେ ସବିଶେଷ ଜଣାପଡିନି l ରାଜକନିକା ପୋଲିସ ସମ୍ପୂର୍ଣ ଘଟଣାର ଅନୁସନ୍ଧାନ ଜାରି ରଖିଥିବାର ଜଣାପଡିଛି l