ସାଥି ହୋଇ ମଦ ପିଉଥିବା ବେଳେ ବଚ୍ଚସା ଓ ବୋତଲରେ ଆକ୍ରମଣ

କେନ୍ଦ୍ରାପଡା,୨୦/୧୦: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳ ପେତପଡ଼ା ଗ୍ରାମ ପଂଚାୟତ ଖରଖରୀ ଗାଁ ର ଦୁଇ ନିଶାଡୀ ସାଥି ମଦପିଇବା ବେଳେ ଉନ୍ନମତ କାଣ୍ଡ ଭିଆଇଛନ୍ତି l ଦୁଇ ସାଙ୍ଗ ସାଥି ହୋଇ ତାରିଣୀ ଛକ ନିକଟରେ ମଦ ର ଆସର ଜମାଇଥିଲେ l ମାତ୍ର ପିଇବା ସମୟରେ ଉଭୟଙ୍କ ମଧ୍ୟରେ ବଚ୍ଚସା ହୋଇଥିଲା l ଏପରିକି ଜଣେ ସାଙ୍ଗ ଉତକ୍ଷିପ୍ତ ହୋଇ ପିଉଥିବା ମଦ ବୋତଲରେ ଅନ୍ୟ ସାଙ୍ଗର ଛାତିକୁ ଭୂଷି ଦେଇଥିଲା l ନିଶାସକ୍ତ ଅବସ୍ଥାରେ ଘଟଣା ଘଟିବାରୁ ଗୁରତର ମଦୁଆସାଥୀ କୁ ଛାଡି ଦେଇ ଅନ୍ୟ ସାଥି ଜଣକ ଘଟଣା ସ୍ଥଳରୁ ଖସି ଯାଇଥିଲା l ମାତ୍ର ଗୁରୁତର ନିଶାଡୀ ଜଣକ ଘଟଣାସ୍ଥଳରେ ନିସ୍ତେଜ ପଡିଥିବାର ଖବର ପାଇ ପରିବାର ଲୋକେ ପହଂଚି ତାଙ୍କୁ ଆଳି ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ l ମାତ୍ର ଡାକ୍ତର ପ୍ରାରମ୍ଭିକ ଚିକିତ୍ସା ପରେ ରୋଗୀକୁ ଗୁରୁତର ଅନୁଭବ କରି କଟକ ରେଫର କରିଛନ୍ତି l ସେପଟେ ଗୁରୁତରଙ୍କ ମା ସୁକାନ୍ତି ପ୍ରଧାନ ଆଳି ଥାନାରେ କରିଥିବା ଅଭିଯୋଗ ମୁତାବକ ଆକ୍ରମଣ କାରୀଙ୍କୁ ପୋଲିସ ଗିରଫ କରିଛି l ମାତ୍ର ଆକ୍ରମଣ କାରି ଗୁରୁତରଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି l ଆକ୍ରମଣ କାରି ଅଭିଯୋଗରେ ଗୁରତର ସାଥି ଜଣକ ମଦର ଆସର ବେଳେ ବଚ୍ଚସା ହେବାରୁ ପ୍ରଥମେ ତାଙ୍କୁ ଭୁଜାଲି ଆକ୍ରମଣ କରିଥିଲା l ନିଜର ସୁରକ୍ଷା ପାଇଁ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇ ପାରିଥାଏ ବୋଲି ସାଧାରଣରେ ଅନୁମେୟ ହେଉଛି l ଥାନା ଅଧିକାରୀ ସଲିଳ ପ୍ରଧାନ ଉଭୟ ଙ୍କ ଅଭିଯୋଗ କୁ ଭିତ୍ତି କରି ଅନୁସନ୍ଧାନ ଜାରି ରଖିଥିବାର ଜଣାପଡିଛି l