ଶାସ୍ତ୍ରରେ ଉଲ୍ଲେଖ ଥିବା କିଛି ଏପରି ପୁଷ୍ପ ଅଛି ଯାହାକୁ ଭଗବାନ ଶିବଙ୍କୁ ଅର୍ପଣ କଲେ ବହୁ ଶୁଭ ଫଳ ମିଳିଥାଏ। ଆସନ୍ତୁ ଜାଣିବା ଏହି ୪ଟି ଫୁଲ ବିଷୟରେ …
କନିଅର : ଏହି ଫୁଲ ଭଗବାନ ଶିବଙ୍କର ଖୁବ ପ୍ରିୟ ଅଟେ। ଏହାକୁ ନିୟମିତ ଅର୍ପଣ କଲେ ନିଜ ଇଚ୍ଛା ଅନୁଯାୟୀ ଭଲ ଜୀବନ ସାଥୀ ପ୍ରାପ୍ତି ହୋଇଥାଏ।
ଅଗସ୍ତି ଫୁଲ : ଏହାକୁ ଅର୍ପଣ କଲେ ସମାଜରେ ମାନସମ୍ମାନ,ଖ୍ୟାତି ଆଦି ପ୍ରାପ୍ତି ହୋଇଥାଏ।
ସେଫାଳି ଫୁଲ : ଏହାକୁ ଅର୍ପଣ କଲେ ମନରେ ଶାନ୍ତି ମିଳିବା ସହ ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହୋଇଥାଏ।
ଅରଖ ଫୁଲ : ଏହି ଫୁଲ ଅର୍ପଣ କରିବା ଦ୍ୱାରା କର୍ମ କ୍ଷେତ୍ରରେ ସଫଳତା ମିଳିବା ସହ, ଆର୍ଥିକ ଉନ୍ନତି ଘଟିଥାଏ ଓ ବିଦ୍ୟାର୍ଥୀ ମାନଙ୍କର ମଧ୍ୟ ଖୁବ ଭଲ ବିଦ୍ୟା ପ୍ରାପ୍ତି ହୋଇଥାଏ।