ମହାକାଳପଡ଼ା,୧/୧୧ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିସଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ସୁନୀତି ପଂଚାୟତ ପୂର୍ବ ସୁନୀତି ୟୁଜିୟୁପି ସ୍କୁଲର ନୂତନ ଏସଏମଡିସି ଗଠିତ ହୋଇଥିବାର ଜଣାପଡିଛି l ଗଣଶିକ୍ଷା ବିଭାଗର ସ୍କୁଲ ପରିଚାଳନାରେ ଛାତ୍ର ଛାତ୍ରୀ ଅଭିଭାବକ ଅଂଶଗ୍ରହଣ ନେଇ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହେବାର ଵିଧି ରହିଛି l ଯାହା ନେଇ ଶନିବାର ଦିନ ପୂର୍ବ ସୁନୀତି ୟୁଜିୟୁପି ସ୍କୁଲ ରେ ୧୨ ସଦସ୍ୟ /ସଦସ୍ୟା ବିଶିଷ୍ଟ କମିଟି ଗଠିତ ହୋଇଛି l କମିଟି ଗଠନ ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ପଂଚାୟତର ସରପଞ୍ଚ ଧରିତ୍ରୀ ଲେଙ୍କା ଏବଂ ଅଧିକାଂଶ ଛାତ୍ର /ଛାତ୍ରୀ ଅଭିଭାବକ ମାନେ ଉପସ୍ଥିତ ଥିଲେ l ସର୍ବସମ୍ମତିକ୍ରମେ ଶଶିକାନ୍ତ ବିଶ୍ୱାଳ ସଭାପତି ଓ ସୁମିତ୍ରା ଖଣ୍ଡା ଉପସଭାନେତ୍ରୀ ଭାବେ ଚୟନ ହୋଇଥିଲେ l ସେହିପରି ସନ୍ଧ୍ୟା ମଣ୍ଡଳ ଏସସି ମହିଳା ସଦସ୍ୟା ଓ ତାପସ ମଣ୍ଡଳ ଏସସି ପୁରୁଷ ସଦସ୍ୟଭାବେ ଚୟନ କରାଯାଇଥିଲା l ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ଦ୍ୱାରା ଆହୁତ ବୈଠକ ରେ ସମୁଦାୟ ଅଭିଭାବକ ମଧ୍ୟରୁ ଅଧାରୁ ଅଧିକାଂଶ ଯୋଗ ଦେଇଥିଲେ l