ଆସନ୍ତା ପଞ୍ଚାୟତ ନିର୍ବାଚନରେ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଏବଂ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ

ଭୁବନେଶ୍ବର ୧୫/୧୧ : ଆସନ୍ତା ବର୍ଷ ଫେବୃଆରୀ ମାସରୁ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ଏହା ପୂର୍ବରୁ କିଛି ନିର୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ । ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଜାରି ହୋଇଛି ମାର୍ଗଦର୍ଶିକା । ବିଭିନ୍ନ ପଦ ପଦବୀ ପାଇଁ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ବୃଦ୍ଧି କରାଯାଇଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ଜାରି ନିର୍ଦେଶନାମା ଅନୁଯାୟୀ, ଜଣେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଅତି ବେଶୀରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ସେହିଭଳି ଜଣେ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଏବଂ ଜଣେ ସମିତି ସଭ୍ୟ ପ୍ରାର୍ଥୀ ଅତି ବେଶିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ । ଏହା ସହିତ ନିର୍ବାଚନ ପ୍ରଚାର ପାଇଁ କେଉଁ ପ୍ରାର୍ଥୀ କେତୋଟି ଗାଡି ବ୍ୟବହାର କରିପାରିବେ ସେ ନେଇ ମଧ୍ୟ ନିର୍ଦେଶାବଳୀ ଜାରି କରାଯାଇଛି । ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଅତି ବେଶିରେ ୫ଟି କାର ଏବଂ ୧୦ଟି ବାଇକ୍‌ ବ୍ୟବହାର କରିପାରିବେ । ସେହିଭଳି ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ୨ଟି ଲେଖାଏଁ କାର ଏବଂ ୫ଟି ଲେଖାଏଁ ବାଇକ୍‌ ନିର୍ବାଚନ ପ୍ରଚାରରେ ବ୍ୟବହାର କରିପାରିବେ । ଭୋଟିଂର ୩୬ ଘଣ୍ଟା ପୂର୍ବରୁ ବାଇକ୍‌ ଏବଂ କାରରେ ପ୍ରଚାର କରିବା ଉପରେ କଟକଣା ଲାଗୁ କରାଯାଇଛି ।

ଏହା ସହିତ ପଞ୍ଚାୟତ ନିର୍ବାଚନ ପାଇଁ ସମୟ ସାରଣୀ ମଧ୍ୟ ଘୋଷଣା କରାଯାଇଛି । ସକାଳ ୭ଟାରୁ ଦିନ ୧ଟା ଯାଏଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବା ।