ଭୁବନେଶ୍ୱର, ୨୭/୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ବଜେଟକୁ ଅନୁମୋଦନ ଦେଇଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଡିଶା କ୍ୟାବିନେଟ ଆଜି ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରାଜ୍ୟ ବଜେଟକୁ ଅନୁମୋଦନ କରିଛି। ଆସନ୍ତା ୩୦ରେ ବିଧାନସଭାରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ଆଲୋଚନା ପରେ ମେ ୩୧ ରେ ବଜେଟ୍ ଅନୁମୋଦନ ହେବ।
ପ୍ରାୟ ତିନିମାସ ପରେ ରାଜ୍ୟସଭାର ପରବର୍ତ୍ତୀ ଅଧିବେଶନରେ ନିୟମିତ ବଜେଟ୍ ଉପସ୍ଥାପିତ ହେବ । ରାଜ୍ୟରେ ନିର୍ବାଚନ ହେତୁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଦୃଷ୍ଟିରୁ ଓଡ଼ିଶା ସରକାର ନିୟମିତ ବଜେଟ୍ ପରିବର୍ତ୍ତେ ଏକ କାମଚଳା ବଜେଟ ଆଗତ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ଆଗତ ହେବ ।