ମହାକାଳପଡ଼ା,୧୪/୬ : ମହାକାଳପଡ଼ା ବ୍ଲକର ନିର୍ମଣାଧୀନ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇନଥିବା ବେଳେ ଗଣଶିକ୍ଷା ବିଭାଗ ଜୁନ ୧୭ ରୁ ଶିକ୍ଷାଦାନ ନେଇ ଆଶା କରିଛନ୍ତି l ଯାହାନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ବିଦ୍ୟାଳୟରେ ଶିକ୍ଷାଦାନ ପୂର୍ବରୁ କେୟାର ବାଙ୍କ ପଂଚାୟତ ହାଇସ୍କୁଲରେ ଅଭିଵାବକ ବୈଠକ ଅନୁଷ୍ଠିତ ହୋଇଯାଇଛି l ମଣ୍ଡଳଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଆହୁତ ବୈଠକରେ ପାଖା ପାଖି ୮୦ ଛାତ୍ର ଛାତ୍ରୀଙ୍କ ଅଭିଭାବଜ ଯୋଗ ଦେଇଥିଲେ l
ଉକ୍ତ ବୈଠକରେ ସହକାରୀମାଣ୍ଡଳ ଶିକ୍ଷାଧିକାରୀ ବିଚିତ୍ରlନନ୍ଦ ସାମଲ ଉପସ୍ଥିତ ହୋଇ ଆଲୋଚନ କରିଛନ୍ତି l ଚଳିତ ମାସ ୧୭ ତାରିଖ ଠାରୁ ପଂଚାୟତ ହାଇସ୍କୁଲ, କେୟାର ବାଙ୍କ ଠାରେ ଶିକ୍ଷାଦାନ ଆରମ୍ଭ ହେବ l ପ୍ରବେଶିକା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନେ ପାଠ ପଢିବେ l ଅଭିଭାବକ ମାନେ ନିଜସ୍ୱ ଦାୟିତ୍ୱ ରେ ଦୈନିକ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ଛାଡ଼ିବେ ଓ ଶିକ୍ଷାଦାନ ପରେ ଘରକୁ ନେଇଯିବେ l ଗଣଶିକ୍ଷା ବିଭାଗର ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏପ୍ରକାର ସାମୟିକ ବ୍ୟବସ୍ଥା ନେଇ ଅଭିଭାବକ ମହଲରେ ଅଶାନ୍ତି ସୃଷ୍ଟି ହେଉଥିବାର ଜଣାପଡିଛି l ତେବେ ଦେଖି ବାକୁ ବାକି ରହିଲା କେବେ ବିଭାଗୀୟ କର୍ତ୍ତୃପକ୍ଷ ଏପ୍ରକାର ଅସ୍ଥାୟୀ ବ୍ୟବସ୍ଥାରେ ସୁଧାର ଆଣୁଛନ୍ତି l